ଝାଡଖଣ୍ଡ ସୀମା ନାଲଦା ଗେଟରେ ପୋଲିସ ନାକାବନ୍ଦୀ 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଝାଡଖଣ୍ଡ ସୀମା ନାଲଦା ଗେଟରେ ପୋଲିସ ନାକାବନ୍ଦୀ | ଆଗକୁ ରହିଛି ୨୦୨୪ ସାଧାରଣ ନିର୍ବାଚନ। ଏହା ହେବାକୁ ପ୍ରାୟ ୩/୪ ମାସ ସମୟ ରହିଥିଲେ ହେଁ ଏହାକୁ ନେଇ ପୋଲିସ ପ୍ରଶାସନ ବେଶ୍ ତତ୍ପର ରହିଥିବା ଦେଖିବାକୁ ମିଳିଛି।

ସେହି କ୍ରମରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଓଡିଶା-ଝାଡଖଣ୍ଡ ରାଜ୍ୟ ସୀମା ନାଲଦା ଗେଟରେ ପୋଲିସ ପ୍ରଶାସନ ପକ୍ଷରୁ ନାକାବନ୍ଦୀ କରା ଯାଇଥିବା ଦେଖିବାକୁ ମିଳିଛି। ଏଠାରେ ସୂଚନା ଥାଉ କି ଝାଡଖଣ୍ଡ ରାଜ୍ୟକୁ ସଂଯୋଗ କରୁଥିବା ଏହି ରାସ୍ତାରେ ଦୈନିକ ଶହଶହ ଯାନବାହନ ଚଳାଚଳ କରୁଥିବା ବେଳେ କୌଣସି ସନ୍ଦିଗ୍ଧ ଗତିବିଧିକୁ ଅଟକାଇବାକୁ ବଡବିଲ ପୋଲିସ୍ ପକ୍ଷରୁ ଏଠାରେ ନାକାବନ୍ଦୀ କରାଯାଇ ସମସ୍ତ ଯାନବାହନକୁ କଡାକଡି ଭାବରେ ଯାଞ୍ଚ କରା ଯାଉଛି।

ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ୨୪ ଘଣ୍ଟା ଏଠାରେ ଏହିପରି କଡାକଡି ଯାଞ୍ଚ କରାଯିବା ସହ ଝାଡଖଣ୍ଡ ରାଜ୍ୟକୁ ସଂଯୋଗ କରୁଥିବା ଅନ୍ୟ ରାସ୍ତା ଗୁଡିକରେ ମଧ୍ୟ ପୋଲିସ ପକ୍ଷରୁ ସତର୍କ ଦୃଷ୍ଟି ରଖା ଯାଇଥିବା ସୂଚନା ରହିଛି।

Leave A Reply

Your email address will not be published.