ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ବାର୍ଷିକ ଉତ୍ସବ ଓ ବିବେକାନନ୍ଦ ଜୟନ୍ତୀ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ବାର୍ଷିକ ଉତ୍ସବ ଓ ବିବେକାନନ୍ଦ ଜୟନ୍ତୀ ପାଳିତ। ବାସୁଦେବପୁର ଅଟଳ ବିହାରୀ କଲେଜ ରୋଡ ରେ ଥିବା ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ବାର୍ଷିକ ଉତ୍ସବ ଓ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇ ଯାଇଛି।

ସକାଳୁ ସକାଳୁ କୁନି କୁନି ପିଲା ମାନଙ୍କ ଦ୍ଵାରା ବିବେକାନନ୍ଦ ବେଶ ରେ ଶୋଭାଯାତ୍ରା ବଜାର ପରିକ୍ରମା କରିଥିଲା। ପରେ ଏକ ସଭା କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇଥିଲା। ଅନୁଷ୍ଟିତ ସଭା କାର୍ଯ୍ୟ କର୍ମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ କ୍ରିତି ରଞ୍ଜନ ପଟ୍ଟନାୟକ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସର ରେ ବିଦ୍ୟାଳୟ ର ସଭାପତି ତାରାକାନ୍ତ ଡ଼ାଙ୍ଗୁଆ ସଭାପତିତ୍ବ କରିଥିବା ବେଳେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଅକ୍ଷୟ କୁମାର ପାଣିଗ୍ରାହୀ ଓ ସମ୍ପାଦକ ସୁକାନ୍ତ କୁମାର ବାରିକ୍ ଉପସ୍ଥିତ ଥିଲେ।

ସହ ପ୍ରଧାନ ଆଚାର୍ଯ୍ୟ ଇପ୍ସିତା ମହାନ୍ତି ବିବରଣୀ ପାଠ କରିଥିଲେ। ଏହି ଅବସର ରେ ଶ୍ରୀଯୁକ୍ତ ପ୍ରଭାକର ତ୍ରିପାଠୀ ଓ ଶ୍ରୀଯୁକ୍ତ ବୃନ୍ଦାବନ ବାରିକ୍ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏଥି ସହ ବିଭିନ୍ନ ପ୍ରତିଯୋଗିତା ରେ କୃତି ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଛି। ଶେଷରେ କୁନି କୁନି ପିଲା ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇ ଯାଇଛି।

Leave A Reply

Your email address will not be published.