ଅନୁଗୁଳରେ ଛାତ୍ରଙ୍କୁ ନିସ୍ତୁକ ମାଡ଼: ଭିଡିଓ  ଭାଇରାଲ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଛାତ୍ରଙ୍କୁ ନିସ୍ତୁକ ମାଡ଼ । ଏଭଳି ମାଡ଼ ମାରିବାର ଏକ ଭିଡିଓ  ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖା ଯାଇଛି ଯେ ଏକ ଘରୋଇ ଶିକ୍ଷାନୁଷ୍ଠାନର ଶିକ୍ଷକ ଛାତ୍ରକୁ ମାଡ଼ ମାରିଚାଲିଛନ୍ତି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇସାହି ଠାରେ ରହିଛି ବିଦ୍ୟାଗୁରୁ ଏକାଡେମୀ ନାମକ ଏକ କୋଚିଂ ସେଣ୍ଟର । ଯେଉଁଠି ପିଲା ପାଠ ପଢିବା ସହ ସେଠାରେ ଥିବା ହଷ୍ଟେଲରେ ରହି ପାଠ ପଢ଼ନ୍ତି । ତେବେ ସମସ୍ତ ଛାତ୍ରଙ୍କୁ ଭୋର ୩ ଟାରୁ ଉଠି ପାଠ ପଢିବାକୁ ବାଧ୍ୟ କରା ଯାଏ ।

ତେବେ ଆଜି ଭୋରରେ କିଛି ଛାତ୍ର ଉଠି ନଥିଲେ । ଏହାକୁ ନେଇ ଅନୁଷ୍ଠାନର ଜଣେ କର୍ମକର୍ତ୍ତା ଛାତ୍ରଙ୍କୁ ଜଣ ଜଣ କରି ବାଡ଼ିରେ ନିସ୍ତୁକ ମାଡ ମାରିଥିଲେ ।ଯାହାର ଭିଡିଓ ଲାଗିଛି ଆମ ହାତରେ। ଏ ସଂକ୍ରାନ୍ତରେ ତଦନ୍ତ ପାଇଁ ଅନୁଗୋଳରୁ ଚାଇଲଡ଼ ଲାଇନର ଏକ ଟିମ କୋଚିଂ ସେଣ୍ଟର ଯାଇ ତଦନ୍ତ ଚଳାଉଛନ୍ତି ।

Leave A Reply

Your email address will not be published.