ଗାଁ ମାନଙ୍କର ପାଣି ଟାଙ୍କି କରାଯାଇଛି, କିନ୍ତୁ ପାଣି ପଶିବା ଏବଂ ବାହାରିବ ବ୍ୟବସ୍ଥା ହୋଇନାହିଁ, କେମିତି ଶାସନ ଚାଲିଛି ବୋଲି ପ୍ରଶ୍ନ କଲେ ବିଜୟ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଯୁବ ଉଦ୍ୟୋଗିଙ୍କ ପାଇଁ ରାଜ୍ୟ ସରକାର ସମସ୍ତ କାଯ୍ୟ କରୁଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ଟେଣ୍ଡର ଏମିତି କରାଯାଉଛି ଯେମିତି ଯୁବ ଉଦ୍ୟୋଗି ଟେଣ୍ଡର ପାଇପାରିବେ ନାହିଁ ବୋଲି ସାମ୍ବାଦିକ ସମିଳନୀରେ ଅଭିଯୋଗ ଆଣିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧକ୍ଷ ବିଜୟ ପଟ୍ଟନାୟକ। ଗ୍ରାମାଞ୍ଚଳ ବିଭିନ୍ନ ପାନୀୟ ଜଳ ବ୍ୟବସ୍ଥାରେ ଚତୁରତାର ସହ ଟେଣ୍ଡର କରିଛନ୍ତି ରାଜ୍ୟ ସରକାର। ଗାଁ ମାନଙ୍କର ପାଣି ଟାଙ୍କି କରାଯାଇଛି। କିନ୍ତୁ ପାଣିଟାଙ୍କି ଭିତରେ ପାଣି ପଶିବା ଏବଂ ବାହାରିବ ବ୍ୟବସ୍ଥା ହୋଇନାହିଁ। ରାଜ୍ୟର ଗ୍ରାମାଞ୍ଚଳରେ ହେଉଥିବା ପାନୀୟ ଜଳ ଟେଣ୍ଡରରେ କେତେ କାମ ସାରିଛି, କେତେ କାମ ବାକି ରହିଛି ଏବଂ ଓଡିଶାର କେତେ କନଟ୍ରାକ୍ଟର କେତେ କାମ ପାଇଛନ୍ତି ବୋଲି ବିଧାନସଭା ରେ ପ୍ରଶ୍ନ କରାଯାଇଥିଲା । ହେଲେ ସରକାର ଉତ୍ତର ଦେଲେ ତଥ୍ୟ ସଂଗ୍ରହ ଚାଲିଛି। ହାର ଅର୍ଥ ସରକାର କଣ ଲୁଚେଇବାକୁ ଚେଷ୍ଠା କରୁଛନ୍ତି। ଗ୍ରାମାଞ୍ଚଳରେ ଟେଣ୍ଡର ଗୁଡିକୁ ବଞ୍ଚ କରି ବାହାର କନଟ୍ରାକଟରଙ୍କୁ ଦିଆଯାଇଛି। ବିଭିନ୍ନ ଯୋଜନାର ଟେଣ୍ଡର କାମକୁ ଏଭଳି ବଂଚିଂ କରିବାକୁ କିଏ ନିର୍ଦେଶ ଦେଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ବିଜୟ। ସରକାର ଏହାର ସମ୍ପୂର୍ଣ ତଥ୍ୟ ରାଜ୍ୟବାସୀଙ୍କ ଆଗରେ ରଖିବା ଦରକାର। କିଏ ସିଏ ଓଡ଼ିଆ ବିରୋଧୀ ଓଡ଼ିଶାର ଜନସାଧାରଣ ଜାଣିବାର ଅଧିକାର ରହିଛି। ରାଜ୍ୟ ସରକାର OBCCକୁ ଅନେକ ନିର୍ମାଣ କାଯ୍ୟ ଦେଇଛନ୍ତି। 2020ରୁ 22 ମସିହା ମଧ୍ୟରେ obccକୁ ଦିଆଯାଇଥିବା କାମ ମଧ୍ୟରୁ ପାଖାପାଖି 92 ପ୍ରତିଶତ କାମ ଓଡ଼ିଶା ବାହାରର କଣ୍ଟ୍ରାକ୍ଟର ପାଇଥିବା ବେଳେ ଓଡିଶା କଂଟ୍ରାକଟର ପାଇଛନ୍ତି ମୋଟ 7.39 ପ୍ରତିଶତ କାମ।
ଗୋପାଳପୁରର ବିଧାୟକ ପ୍ରଦୀପ ପ୍ରାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ମତ ରଖିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧକ୍ଷ ବିଜୟ ପଟ୍ଟନାୟକ। ସେ କହିଛନ୍ତି ଗଞ୍ଜାମରେ ଯେଉଁଭଳିଆ ସ୍ଥିତି ଉପୁଜିଲା ତାହା ସମସ୍ତେ ଦେଖିଛନ୍ତି। ଏହା ହେଉଛି ବିଜେଡି ଅଭ୍ୟାନ୍ତରଣ କନ୍ଦଳର ପରିପ୍ରକାଶ। ଜନତାଙ୍କର ଜନପ୍ରତିନିଧିଙ୍କୁ କହିବାର ଅଧିକାର ରହିଛି। ଏବେ ବିଜେଡିରେ ଯେଉଁ ନେତାମାନେ ରହିଛନ୍ତି ସେମାନଙ୍କର ସଂମାନ ନାହିଁ। ସେମାନଙ୍କୁ ଗୋଟିଏ କଥା କୁହାଯାଇଛି କ୍ରୀତଦାସ ଭଳି ରୁହ ନହେଲେ ଜେଲରେ ରୁହ।