ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମାଲକାନଗିରିରେ ଗଞ୍ଜେଇ ଚାଲାଣ ବେଳେ ତେଲେଙ୍ଗାନାର ଜଣେ ପୁଲିସ ସମେତ ସାତ ଗିରଫ । କାଲିମେଳା ପୋଲିସ ଆର ଶ୍ରୀନି ନାଏକ ନାମକ ଜଣେ କନେଷ୍ଟବଳଙ୍କୁ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରିଛି। ତେଲେଙ୍ଗାନାର ଏହି ଅଭିଯୁକ୍ତମାନେ କମଳା ପଦର ଅଞ୍ଚଳ ନିକଟରେ ରାତିରେ କାଲିମେଳା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଧରିଥିଲା। ଅଭିଯୁକ୍ତଙ୍କ ନିକଟରୁ ୧୦୩ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ସେମାନଙ୍କ ନିକଟରୁ ଦୁଇଟି କାର୍, ୩ଟି ଆଇଫୋନ୍, ଏଟିଏମ୍ କାର୍ଡ, ପାନ୍ କାର୍ଡ, ଆଧାର କାର୍ଡ ଆଦି ଜବତ କରାଯାଇଛି।ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରିରୁ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିଲା। ଆଉ କାଲିମେଳା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏହି ଚୋରା ଗଞ୍ଜେଇ ଚାଲାଣକାରୀକୁ ଧରିଛି। ଗିରଫ ପରେ କାଲିମେଳା ପୋଲିସ ସମସ୍ତ ସାତ ଜଣଙ୍କୁ ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରି ଅଧିକ ଆଇନଗତ ପ୍ରକ୍ରିୟା ପାଇଁ କୋର୍ଟରେ ହାଜର କରିଥିଲା।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଦିନକୁ ଦିନ ବେଆଇନ୍ ଗଞ୍ଜେଇ ଚାଲାଣ ବଢୁଥିବା ଦେଖିବାକୁ ମିଳିଛି। ଆଉ ପ୍ରଶାସନ ମଧ୍ୟ ଏହା ଉପରେ ରୋକ୍ ଲଗାଇବାକୁ ସମସ୍ତ ପ୍ରକାର ପ୍ରୟାସ କରୁଛି। ନିକଟରେ ଶୈବ ପୀଠରେ ଗଞ୍ଜେଇ ବ୍ୟବହାର ଉପରେ ମଧ୍ୟ ରାଜ୍ୟ ସରକାର ରୋକ୍ ଲଗାଇଛନ୍ତି।