ସନ୍ଦେହରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା, ପୁଣି ଭାଇରାଲ ହେଲା ଗର୍ଭଗୃହ ଭିଡିଓ

0

ଓଡ଼ିଆ ନ୍ୟୁଜ୍: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ସନ୍ଦେହ ଉପୁଜିଛି। କାରଣ ପୁଣି ଭାଇରାଲ ହୋଇଛି ଗର୍ଭଗୃହ ଭିଡିଓ। ବାଙ୍କେ ବିହାରୀ ଅନନ୍ତ ନାମକ ଜଣେ ବ୍ୟକ୍ତିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶ୍ରୀମନ୍ଦିର ବେଢାର ଜଗମୋହନ ଓ ଗରୁଡ଼ ସ୍ତମ୍ଭ ଭିଡ଼ିଓ ଭାଇରାଲ ହୋଇଛି। ବ୍ୟକ୍ତି ଜଣକ ବୃନ୍ଦାବନର ବୋଲି ଜଣାପଡିଛି। ଖାଲି ସେତିକି ନୁହଁ ପତିତପାବନଙ୍କ ନିକଟରେ ନିଜ ଫଟୋ ସହ ଏକ ଭିଡ଼ିଓ ଇନଷ୍ଟାଗ୍ରାମ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି।

ତେବେ ଶ୍ରୀମନ୍ଦିର ଭିତରକୁ କୌଣସି ବ୍ୟକ୍ତିଙ୍କୁ ମୋବାଇଲ ଓ କ୍ୟାମେରା ନେବା ଉପରେ କଟକଣା ରହିଛି। ସେଥିପାଇଁ ମନ୍ଦିର ବାହାରେ ମୋବାଇଲ ଷ୍ଟାଣ୍ଡ ମଧ୍ୟ କରାଯାଇଛି। ଆଉ ଶ୍ରୀମନ୍ଦିରକୁ ପ୍ରବେଶ ପୂର୍ବରୁ ଚାରିଦ୍ଵାରରେ ମୋବାଇଲ୍ ଯାଞ୍ଚ ପାଇଁ ମାଳ ମାଳ ପୋଲିସ ନିୟୋଜିତ ହୋଇଛନ୍ତି। ଏହା ସତ୍ତ୍ବେ କିପରି ମୋବାଇଲ ଭିତରକୁ ଯାଉଛି ଏବଂ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହେଉଛି ତାକୁ ନେଇ ଏବେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ତେବେ ଯାଞ୍ଚ ପାଇଁ ନିୟୋଜିତ ହୋଇଥିବା ପୋଲିସ କର୍ମୀମାନେ ଠିକରେ ନିଜ ଡ୍ୟୁଟି କରୁନଥିବା ପ୍ରମାଣିତ ହୋଇଛି।

Leave A Reply

Your email address will not be published.