ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ) :  ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଜରଙ୍ଗଲୋଇ A9 ଢାବା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର୍‌-ସାଇକେଲ୍‌ ମଧ୍ୟରେ ଧକ୍କା । ଆଉ ଚାଲିଗଲା ଦୁଇ ଜଣଙ୍କ ଜୀବନ । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଝାରମୁଣ୍ଡାରେ ଏହି ଦୁର୍ଘଟଣା ଘଟିଛି ।

ଏହି ଗାଁର ସମ୍ବାରୁ ସାହୁ ଓ କ୍ଷୀରୋଦ ପୃଷେଠ ରାସ୍ତା ପାର୍ ହେଉଥିବା ବେଳେ ଉଭୟଙ୍କୁ ଧକ୍କା ଦେଇଥିଲା ଏକ କାର୍। କାରଟି ରାଉରକେଲାରୁ ସୁନ୍ଦରଗଡ଼ ଆସୁଥିଲା | ଏହି ସମୟରେ ଜରଙ୍ଗଲୋଇ A9 ଢାବା ନିକଟରେ ଦୁଇ ଜଣ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଉଭୟ ଆରୋହୀ ସାଇକେଲ୍‌ରୁ ଛିଟିକି ପଡିଥିଲେ । ଏପିରିକି ଦୁଇ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି ଜଣାପଡିଛି । ମୃତକ ଦୁଇ ଜଣ ଜରଙ୍ଗଲୋଇ ଗାଁର ବୋଲି ଜଣାପଡିଥିବା ବେଳେ ସେମାନଙ୍କ ପରିଚୟ ହସ୍ତଗତ ହୋଇନାହିଁ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ମୃତଦେହକୁ ରାସ୍ତା ଉପରେ ରଖି ରାସ୍ତାରୋକ କରିଛନ୍ତି।

ଏହାସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ପାଇଁ ଦାବି କରିଛନ୍ତି। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ରାସ୍ତାରୋକ ଯୋଗୁ ଉଭୟ ପଟରେ ଗାଡ଼ିମଟର ଅଟକି ରହିଛି। ଅନ୍ୟପକ୍ଷରେ ଦୁର୍ଘଟଣାପରେ ଘଟଣାସ୍ଥଳରୁ କାର୍ ନେଇ ଚମ୍ପଟ ମାରିଥିଲା ଡ୍ରାଇଭର। ପୁଲିସ କାର୍‌କୁ ପିଛା କରି  ଧରିଥିଲା।

Leave A Reply

Your email address will not be published.