ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବ୍ଲକ ପରିସରରେ ନାମ୍ପୋ ପଞ୍ଚାୟତର ପାଇଖାନା ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ ସମୟରେ ଉତ୍ତେଜନା। ଶାସକ ବିରୋଧି ମୁହାଁମୁହିଁ। ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକରେ ସ୍ବଛ ଭାରତ ଯୋଜନାରେ ୩୫ ଟି ପଞ୍ଚାୟତରେ ୨୯୦୦ଟି ପାଇଖାନା ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରିବାକୁ ସରକାରୀସ୍ତରରେ ନିର୍ଦେଶ ଥିବା ବେଳେ ତାହା ଆସନ୍ତା ଦୁଇ ତାରିଖ ଗାନ୍ଧୀ ଜୟନ୍ତିରୁ ପ୍ରତି ପଞ୍ଚାୟତରେ ବାଣ୍ଟିବାକୁ ନିଷ୍ପତ୍ତି ନିଆଯାଇଛି।
ତେବେ ଆଜି ଦିନ ୧୦ଟା ସମୟରେ ଜଳେଶ୍ଵର ବ୍ଲକ ପରିସରରେ କେବଳ ନାମ୍ପୋ ପଞ୍ଚାୟତର ୨୦୦ ହିତାଧିକାରୀଙ୍କୁ ଡକାଯାଇ ପାଇଖାନା କାର୍ଯ୍ୟାଦେଶ ବଣ୍ଟନ କରାଯାଉଥିବା ବେଳେ ବିଜେପି ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ପ୍ରଶାସନ ପକ୍ଷରୁ ନାମ୍ପୋ ପଞ୍ଚାୟତରେ ଆସନ୍ତା କାଲି ବଣ୍ଟନ କରାଯିବାକୁ ସରପଞ୍ଚଙ୍କୁ ବିଡ଼ିଓ,ପିଡି, କହିଥିବା ବେଳେ କି ଭଳି ବ୍ଲକ ପରିସରରେ କାର୍ଯ୍ୟାଦେଶ ବଣ୍ଟନ ହେଉଛି ବୋଲି ବିରୋଧ କରି ଦୀର୍ଘ ସମୟ ଧରି ଉତେଜନା ଲାଗିରହିଥିଲା।ଏ ବିଡିଓ ମାୟାଧର ମଲ୍ଲିକ,ଭିଆରସି ନିୟତି ସାମଲ , ଆସିଷ୍ଟାଣ୍ଟ ଇଞ୍ଜିନିୟର ସୈ।ମ୍ଯ ରଞ୍ଜନ ସାହୁ, ନାମ୍ପୋ ସମିତିସଦସ୍ୟାଙ୍କ ପ୍ରତିନିଧି ସୁଶିଲ ପରିଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟାଦେଶ ବଣ୍ଟନ କରୁଥିଲେ।
ତେବେ ପ୍ରବଳ ଗରମରେ ଲୋକମାନଙ୍କୁ ଖରାରେ ଛିଡା କରାଇ ବଣ୍ଟନ କାର୍ଯ୍ୟ ଚାଲୁଥିବା ବେଳେ ଉତେଜନାକୁ ନେଇ ପୁଣି ସଭାଗୃହକୁ ଲୋକମାନଙ୍କୁ ନେଇ ବଣ୍ଟନ କରାଯାଇଥିଲା। ତେବେ ଦୀର୍ଘ ସମୟ ଧରି ବିଜେପି ପକ୍ଷରୁ ବିରୋଧ ପରେ ପ୍ରଶାସନ ପକ୍ଷରୁ କୌଣସି ଉତ୍ତର ନଦେଇ କାର୍ଯ୍ୟାଦେଶ ବଣ୍ଟନକୁ ବନ୍ଦ ରଖାଯାଇଛି।ବିଡ଼ିଓ ପୁନମ ରାଉତ ଜାଣିଶୁଣି ବିଜେଡି ନେତୃତ୍ବଙ୍କୁ ସହଯୋଗ କରୁଥିବା ଏବଂ କାର୍ଯ୍ୟାଳୟକୁ ନଆସି ଫୋନରେ କାର୍ଯ୍ୟ କରୁଥିବାରୁ ବିଜେପି ପକ୍ଷରୁ ଅସନ୍ତୋଷ ଦେଖାଦେଇଥିଲା।