ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜମ୍ମୁ କାଶ୍ମୀରରେ ପୁଣି ଆତଙ୍କୀ ହମଲା।  ଜମ୍ମୁ-କାଶ୍ମୀର କାଠୁଆ ଜିଲ୍ଲାର ମାଚେଡି ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜୁନିୟର କମିଶନ ଅଫିସର(ଜେସିଓ)ଙ୍କ ସମେତ ୫ଜଣଙ୍କ ଯବାନ ସହିଦ ହୋଇଛନ୍ତି । ଏହି ଆକ୍ରମଣରେ ଅନ୍ୟ ୫ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଏଥିରେ ୫ ଜଣ ଯବାନ ସହିଦ ହୋଇଛନ୍ତି ଏବଂ ଅନ୍ୟ ୫ ଯବାନ ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ,  ସେନା ଗାଡିକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଗ୍ରେନେଡ ମାଡ କରିଥିଲେ । ଅଧିକାରୀ ମାନେ କହିଛନ୍ତି ଯେ କାଠୁଆ ସହରଠାରୁ ୧୫୦ କିଲୋମିଟର ଦୂରରେ ଥିବା ମାଚେଡି-କିଣ୍ଡଲି-ମହ୍ଲାର ରାସ୍ତାରେ ସେନା ଗାଡି ନିୟମିତ ପାଟ୍ରୋଲିଂ କରୁଥିବା ବେଳେ ସୋମବାର ଏଭଳି ଘଟଣା ଘଟିଥିଲା । ଗତକିଛି ଦିନ ହେବ ଘାଟିରେ ସେନା ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ସୋମବାର ଆକ୍ରମଣ ପୂର୍ବରୁ ଜୁନ ୧୨ ଓ ୧୩ରେ ଦୁଇ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲା ସେନା । ଏଥିରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଥିଲେ । ଅନ୍ୟ ଆତଙ୍କବାଦୀମାନେ ନିକଟ ଜଙ୍ଗଲକୁ ପଳାଇ ଯାଇଥିବା ସେନା ଖବର ପାଇ ଲଗାତାର ନଜର ରଖିଥିଲା ।

ଏହିକ୍ରମରେ ସେନା ଗାଡିକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ ଆତଙ୍କବାଦୀ । ଗତ ୪୮ ଘଣ୍ଟା ମଧ୍ୟରେ ଜମ୍ମୁ ଅଞ୍ଚଳରେ ଭାରତୀୟ ସେନା ଉପରେ ଏହା ହେଉଛି ଦ୍ବିତୀୟ ଆକ୍ରମଣ। ରବିବାର ଦିନ ରାଜୌରୀ ଜିଲ୍ଲାର ଏକ ସେନା ଶିବିର ଉପରେ ଆକ୍ରମଣ ହୋଇଥି‌ଲା ଏବଂ ଏଥିରେ ଜଣେ ଯବାନ ଆହତ ହୋଇଥିଲେ। ଜମ୍ମୁ କଶ୍ମୀର କୁଲଗାମ ଜିଲ୍ଲାରେ ୨ଟି ପୃଥକ୍‌ ଏନକାଉଣ୍ଟରରେ ୬ ଆତଙ୍କବାଦୀ ନିପାତ ହେବାର ୨୪ ଘଣ୍ଟା ପରେ ଆଜି ସେନା ଗାଡ଼ି ଉପରେ ଏହି ଆକ୍ରମଣ ହୋଇଛି।

Leave A Reply

Your email address will not be published.