ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କୁସୁମଗୁଡା ପଞ୍ଚାୟର କେଲାର ଗ୍ରାମ | ଗ୍ରାମରେ ବସବାସ କରନ୍ତି ଆଦିବାସୀ ଓ ହରିଜନ ମିଶି ପ୍ରାୟ ଚାରିଶହ ପରିବାର | କିନ୍ତୁ ବିଡମ୍ବନାର ବିଷୟ ଯେ ସ୍ୱାଧୀନତାର 75 ବର୍ଷ ପୁରିଥିଲେ ମଧ୍ୟ ମଶାଣୀକୁ ଯିବା ପାଇଁ ନଦୀରେ ପୋଲ ଟିଏ ହୋଇପାରୁନାହିଁ | ଆଜି ପୁଣି ଏକ ଘଟଣା ଦେଖିବାକୁ ମିଳିଛି ଏହି ଗ୍ରାମରେ |
ଗ୍ରାମରେ ଜଣେ ବାଞ୍ଛାନିଧି ଖୋସଲା ନାମକ ବୃଦ୍ଧ ବ୍ୟକ୍ତିଙ୍କର ରାତିରେ ମୃତ୍ୟୁ ହୋଇଥିଲା | ଏହି ଦୁଖଦଃ ଖବର ଶୁଣି ଗାଁ ଲୋକେ ଏବଂ ଦୂର ଦୁରାନ୍ତରୁ ପ୍ରିୟ ପରିଜନ ମଧ୍ୟ ଶେଷ ନିମନ୍ତେ ଆସିଥିଲେ | ଏହାପରେ ମସାଣି ଅଭିମୁଖେ ଶବ ବାହାରିଥିଲା | ଶତାଧିକ ବାହାରୁ ଆସିଥିବା ଲୋକେ ଏହି ସମସ୍ୟା ଜାଣି ଅନେକ ଦୁଃଖ ପ୍ରକାଶ କରିଥିଲେ | ଆଉ ଅନେକ ଲୋକେ ସରକାରକୁ ସମାଲୋଚନା ମଧ୍ୟ କରିଥିଲେ | ଗ୍ରାମବାସୀ କହିବା ପ୍ରକାରେ ଏକାଧିକ ବାର ସ୍ଥାନୀୟ ସରପଞ୍ଚ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଛି | ଖାଲି ପ୍ରତିଶୃତି ମିଳୁଛି | ଅନେକ ଥର ନଦୀର ପୋଲ ନିମନ୍ତେ ବ୍ୟୟ ବରାଦ ହୋଇଥିବା କେବଳ ଶୁଣିବାକୁ ମିଳୁଛି କିନ୍ତୁ ହୋଇପାରୁନାହିଁ |
ବର୍ତମାନର ସରପଞ୍ଚ ଶ୍ରୀ ଇନ୍ଦ୍ର ପଞ୍ଜିଆ ମଧ୍ୟ ନିର୍ବାଚନ ସମୟରେ ଏହି ପୋଲ କାମ ନିମନ୍ତେ ପ୍ରତିଶୃତି ଦେଇଥିଲେ l କିନ୍ତୁ ନିର୍ବାଚନ ସରିଗଲା | ସମ୍ପୃକ୍ତ ସରପଞ୍ଚ ବିଜୟୀ ହେଲେ | ବିଜୟୀ ହୋଇ ଦୁଇ ବର୍ଷ ବିତିଗଲାଣି | କିନ୍ତୁ ଶବ ନେବା ପାଇଁ ଏହି ନଦୀରେ ପୋଲ ଟିଏ ନିର୍ମାଣ ହୋଇପାରୁନାହିଁ | ଗ୍ରୀଷ୍ମ ଏବଂ ଶୀତ ଋତୁରେ କିଛି ମାତ୍ରାରେ ଦୁଃଖ ଟିକିଏ ଉଣା ରହୁଛି | ବର୍ଷା ଋତୁରେ ଗ୍ରାମବାସୀଙ୍କୁ ଦୁଃଖ ବହୁ ମାତ୍ରାରେ ବଢିଯାଉଛି | ବର୍ଷା ଋତୁରେ ନଈ ବଢ଼ି ହେଲେ ନଦୀର ସ୍ତର କମିବା ପର୍ଯ୍ୟନ୍ତ ଶବକୁ ଦିନ ରାତି ଗ୍ରାମରେ ରଖାଯାଉଛି | ନଦୀର ସ୍ତର କମିଲେ ଶବ ସତ୍କାର କରାଯାଉଥିବା ଗ୍ରାମବାସୀ କହିଛନ୍ତି |