କୋରାପୁଟରେ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚା କାର୍ଯ୍ୟକାରଣୀ ବୈଠକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋରାପୁଟ ଜିଲ୍ଲାର କୋରାପୁଟ ଏବଂ ଜୟପୁରରେ ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚା କାର୍ଯ୍ୟ କାରଣୀ ବୈଠକ ଅନୁଷ୍ଠିତ | କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟି ର ରାଜ୍ୟ ମହିଳା ସଭାନେତ୍ରୀ ଐଶ୍ଵର୍ଯ୍ୟ ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହିତ ମହିଳା ମାନେ କେମିତି ଆଗକୁ ନିଜ ସହିତ ଦଳକୁ ସୁଦୃଢ କରିବେ ତାହାରି ଉପରେ ଆଲୋଚନା କରିବା ସହିତ ୨୪ ମହା ସମର ପାଇଁ କେମିତି ପ୍ରସ୍ତୁତ ହେବେ ତାକୁ ନେଇ ମଧ୍ୟ ହୋଇଥିଲା ଆଲୋଚନା |

ତାସହିତ ରାଜ୍ୟ ସରକାର ବିଗତ ୨୩ ବର୍ଷ ଧରି କେମିତି ଆଜି ଭି ମହିଳା ମାନ ଙ୍କୁ ନ୍ୟାୟ ଦେବାରେ ବିଫଳ ଓ ମହିଳାମାନଙ୍କୁ ସୁରକ୍ଷା ଦେବାରେ ବିଫଳ ତାକୁ ନେଇ ଭି ହୋଇଥିଲା ଆଲୋଚନା | ଖାସ କରି ଯଦି ଏନ ସି ଆର ତଥ୍ୟ କୁ ଦେଖିବା ଆଜିଭି ଓଡିଶାରେ ମହିଳା ମାନ ଙ୍କୁ କେତେ ସୁରକ୍ଷା ଓ ନ୍ୟାୟ ଦେବାରେ ସରକାର ବିଫଳ ଓ ସଫଳ ତାହା ଜାଣି ହେବ |

ବିଜେଡିକୁ ଘାରିଛି ମିଶନ ଶକ୍ତି ନାମ ରେ MBK CRP ମାନଙ୍କୁ ସ୍କୁଟି ବିନା ସୁଧ ରେ ବଣ୍ଟନ କରି ଏସ ଏ ଜି ମହିଳା ମାନଙ୍କ ଦ୍ୱାରା ଭୋଟ ରାଜନୀତି କରୁଛନ୍ତି। କେନ୍ଦ୍ର ର ଯୋଜନାକୁ କୁ ନାମ ପରିବର୍ତ୍ତନ କରି ବିଜେଡି ସରକାର ଷଡ଼ଯନ୍ତ୍ର କୁ ଠିକ୍ ଜବାବ ଦେବେ ଜନତା। ମହିଳା ସଶକ୍ତି କରିବା ପାଇଁ କେନ୍ଦ୍ର ସରକାର୍ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ଲୋଗାନକୁ ଅନୁଧ୍ୟାନ କୋରି ବିଜେଡି ଦଳର ହିନ ରାଜନୀତିକୁ ଏବେ ଓଡ଼ିଶା ର ମହିଳା ବୁଝି ସାରିଲେଣି। ଆଗମୀ ନିର୍ବାଚନ ରେ ସରକାର୍ କୁ ପରିବର୍ତ୍ତନ କରିଦେବେ ମହିଳା ମାନେ।

Leave A Reply

Your email address will not be published.