ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ।   ଜଣେ ଯୁବକ ଡ୍ରୋନ ଉଡ଼ାଇ ଶ୍ରୀମନ୍ଦିର ଉପରୁ ଅତି ନିକଟରୁ ଭିଡ଼ିଓ ଉତ୍ତୋଳନ କରିଛନ୍ତି । ଯାହାର ଭିଡିଓ ସେ ତାଙ୍କ ସୋସିଆଲ ମିଡିଆରେ ଅପଲୋଡ୍ କରିଛନ୍ତି । ତେବେ ଏହି ଘଟଣା ଜଣା ପଡ଼ିବା ପରେ ଭକ୍ତ ମହଲରେ ପୁଣି ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ଉପରେ କଟକଣା ରହିଛି । ହେଲେ କିଛି ଅମାନିଆ ଆଇନ ଉଲ୍ଲଂଘନ କରି ଡ୍ରୋନ ଉଡାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ଚତୁପାର୍ଶ୍ୱର ଦୃଶ୍ୟ ଡ୍ରୋନ୍ ମାଧ୍ୟମରେ ଦେଖାଇଛନ୍ତି ଜଣେ ଯୁବକ । ଯାହାକି ସଂମ୍ପୂର୍ଣ୍ଣ ଭାବେ ବେଆଇନ । ତେବେ କେମିତି ଜଣେ ଯୁବକ ଡ୍ରୋନ ଉଡ଼ାଇ ଭିଡ଼ିଓ ନେଲେ, ତାହା ପୁଣି ପୁରୀ ପୋଲିସ ଜାଣି ପାରିଲା ନାହିଁ ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ଚତୁପାର୍ଶ୍ୱର ଦୃଶ୍ୟ ଡ୍ରୋନ୍ ମାଧ୍ୟମରେ ଦେଖାଇଛନ୍ତି ଜଣେ ଯୁବକ । ଯାହାକି ସଂମ୍ପୂର୍ଣ୍ଣ ଭାବେ ବେଆଇନ । ଗତ କିଛି ମାସ ତଳେ ପଶ୍ଚିମବଙ୍ଗର ଜଣେ ଯୁବକ ଡ୍ରୋନ ଉଡାଇ ସେହି ଭିଜୁଆଲରେ ପୋଲିସର ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ । ପରେ ପୁରୀ ପୋଲିସ ତାଙ୍କୁ ଗିରଫ କରିଥିଲା।ସେହିପରି ଏହି ଯୁବକ ମଧ୍ୟ ସମାନ୍ ଢଙ୍ଗରେ ଡ୍ରୋନ ଉଡାଇ ସୋସିଆଲ ସାଇଡରେ ପଠାଇଛନ୍ତି । ଏହି ଭିଜୁଆଲ ପୁରୀ ବଡଦାଣ୍ଡରୁ ନିଆଯାଇଥିବା ଜଣାପଡୁଛି । ତେବେ କିଏ ଏହି ଯୁବକଙ୍କୁ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବାକୁ ଅନୁମତି ଦେଲା ସେନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave A Reply

Your email address will not be published.