ଭାରତୀୟ ଜନତା ପାର୍ଟି ତରଫରୁ ଗାଁ ଚଲୋ ଅଭିଯାନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରତୀୟ ଜନତା ପାର୍ଟି ତରଫରୁ ଗାଁ ଚଲୋ ଅଭିଯାନ | ଭାରତୀୟ ଜନତା ପାର୍ଟି ତରଫରୁ ଗାଁ ଚଲୋ ଅଭିଯାନ କାର୍ଯ୍ୟକ୍ରମ | ବାମନଘାଟୀ ଉପଖଣ୍ଡ ବହଳଦା ବ୍ଲକ ବଡପଳସା ଗ୍ରାମପଞ୍ଚାୟତ ରେ ଅନୁଷ୍ଠିତ ହୋଇଯାଇଛି |

ଏଥିରେ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ସାଧାରଣ ସଂପାଦକ ରାମଚନ୍ଦ୍ର ହାଁସଦାଃ ଯୋଗ ଦେଇ ଲୋକମାନଙ୍କୁ ମୋଦି ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇଥିଲେ | ଏହାର ହିତାଧିକାରୀମାନେ କେମିତି ଲାଭ ପାଉଛନ୍ତି ,ସେ ବିଷୟରେ ବିଶ୍ଳେଷଣ କଲେ | ଉକ୍ତ ବୈଠକରେ ମାଝୀ ବାବା ସାଧାଇ ସୋରେନ ଓ ନାଏକେ ବାବା ହାମ୍ବରା ହାଁସଦାଃ ଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଗଲା | ଏହି ସଭାରେ ଗାଁର ବହୁ ଲୋକ ଉପସ୍ଥିତ ଥିଲେ |

ସେମାନଙ୍କ ମଧ୍ୟରେ ଶକ୍ତିକେନ୍ଦ୍ର ପ୍ରମୁଖ ନୁନା ମାର୍ଣ୍ଡି, ବୁଥ ସଭାପତି ଖୁସାଲ ମୁର୍ମୁ, ସୁନ୍ଦର ହାଁସଦାଃ, ଶଙ୍ଖର ମୁର୍ମୁ, ହେମନ୍ତ ହାଁସଦାଃ, ସାଲଖୁ ଟୁଡୁ, ହଦି ସୋରେନ, ଚନ୍ଦନ ହାଁସଦାଃ ଓ କୁନାରାମ ହାଁସଦାଃ ପ୍ରମୁଖ ଥିଲେ | ଫଳସ୍ବରୂପ, ଲୋକେ ମୋଦୀ ସରକାରଙ୍କ ବିକଶିତ ଭାରତ ସମ୍ପର୍କରେ ସଚେତନ ହେଲେ | ଏହି ପରିପ୍ରେକ୍ଷୀ ଜନୈକ ବ୍ୟକ୍ତି କହିଥିଲେ ଯେ ଓଡିଶାରେ ବିଜେପି ସରକାର ଆସିବା ଦରକାର ବୋଲି ମନ୍ତବ୍ୟ ଦେଇଥିଲେ | ଏହାପରେ ଗାଁ ର କାନ୍ଥରେ ଭାରତୀୟ ଜନତା ପାର୍ଟି ପ୍ରଚାର ଉଦ୍ଦେଶ୍ୟରେ ଲିଖନ କରାଯାଇଥିଲା |

Leave A Reply

Your email address will not be published.