ରାଜଧାନୀରୁ ଉଦ୍ଧାର ହେଲା ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ମୃତଦେହ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ରାଜଧାନୀରେ ଚାଞ୍ଚଲ୍ୟ । ରାଜଧାନୀରୁ ଉଦ୍ଧାର ହେଲା ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ମୃତଦେହ । ଭୁବନେଶ୍ୱର ପୁରୁଣା BMC ଅଫିସ୍ ପଛ ହଷ୍ଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତା ଯୁବତୀଜଣକ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଜଗଦଳପୁରର ସରୋଜିନୀ ସୁନ୍ଦରା । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ।

ମିଳିଥିବ ସୂଚନା ଅନୁସାରେ, ଗୌତମ ନଗର ହରିହର ବିଦ୍ୟାପୀଠ ସାମ୍ନାରେ ଥିବା ଏକ ହଷ୍ଟେଲରୁ ସରୋଜିନୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେ ଗତ ସପ୍ତାହେ ଧରି କିଛି ସହକର୍ମୀଙ୍କ ସହିତ ଉକ୍ତ ହଷ୍ଟେଲରେ ରହୁଥିଲେ । ତେବେ ଗତକାଲି(ସୋମବାର) ତାଙ୍କର ଝୁଲନ୍ତା ମୃତଦେହ ଦେଖି ସହକର୍ମୀମାନେ ଭୟଭୀତ ହୋଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବଡଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହିତ ପରିବାର ଲୋକଙ୍କୁ ଖବର ଦେଇଛି ପୋଲିସ ।

ତେବେ ପୋଲିସର କହିବାନୁସାରେ, ମୃତକ ସରୋଜିନୀ ଜଣେ ଲେଡି ବକ୍ସର ଥିଲେ । ସେ ଏକ ହୋଟେଲରେ ସହାୟକ ଭାବେ କାମ କରୁଥିଲେ । ନିଜର କିଛି ସହକର୍ମୀଙ୍କ ସହ ହଷ୍ଟେଲରେ ରହୁଥିଲେ । ତେବେ କେଉଁ ପରିସ୍ଥିତିରେ ଏଭଳି ଚରମ ପନ୍ଥା ଆପଣାଇଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ପାଇନି ପୋଲିସ ।

 

Leave A Reply

Your email address will not be published.