ଆଜିଠୁ ଚଇତି ପର୍ବ ଆରମ୍ଭ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): କାକଟପୁର ମାଆ ମଙ୍ଗଳାଙ୍କ ମନ୍ଦିରରେ ତୃତୀୟ ପାଳି ଝାମୁଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ତୃତୀୟ ପାଳି ଯାତ୍ରା ଏପ୍ରିଲ ୦୯ ତାରିଖ ଅର୍ଥାତ ଆଜି ହେବାକୁ ଯାଉଛି । ଏହାକୁ ନେଇ ଚଳଞ୍ଚଳ ହୋଇଉଠିଛି କେନ୍ଦୁଝର ଘଟଗାଁ ପୀଠ । ସକାଳୁ ମା’ଙ୍କ ଶାବରୀ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା ।

ସକାଳ ଆଳତୀ ପରେ ଭକ୍ତଜନଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ମା’ । ମା’ଙ୍କ ଏହି ଦିବ୍ୟ ରୂପ ଦର୍ଶନ ପାଇଁ ପୀଠରେ ହଜାର ହଜାର ଭକ୍ତଙ୍କ ସୁଅ ଛୁଟୁଛି । ଆଜିଠାରୁ ବିଷୁବ ପଣା ସଂକ୍ରାନ୍ତି ଯାଏ ଏହାକୁ ଅତି ଧୁମଧାମରେ ପାଳନ କରାଯାଇଥାଏ । ତେଣୁ ଏହି ପବିତ୍ର ଦିନଟିରେ ମାଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୁର୍ଣ୍ଣ ହୁଏ ବୋଲି ବିଶ୍ୱାସ ଅଛି । ମା’ ତାରିଣୀଙ୍କ ଘଟଗାଁ ପୀଠରେ ୧୯୩୭ ମସିହା ଆଜିର ଦିନରେ ପରିଚାଳନା କମିଟି ତରଫରୁ ଆରମ୍ଭ ହୋଇଥିଲା ଚଇତି ପର୍ବ । ଦୀର୍ଘ ୮୮ ବର୍ଷ ହେଲା ଏହି ପର୍ବ ଭକ୍ତି ଓ ନିଷ୍ଠାର ସହ ପାଳିତ ହୋଇ ଆସୁଛି ।ବାର୍ଷିକ ଉତ୍ସବରେ ମାଙ୍କ ସୁନା ବେଶ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ।

ଚଇତି ପର୍ବରେ ଆଜି ମା’ଙ୍କ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗି ରହିଛି । ୭ ଦିନ ଧରି ମା’ ସୁନାବେଶରେ ଦର୍ଶନ ଦେବେ । ସେହିପରି ଚଇତି ପର୍ବ ଅବସରରେ ମା’ଙ୍କ ପୀଠରେ ପ୍ରତିଦିନ ମା’ଙ୍କ ମାଜଣା, ମଙ୍ଗଳ ଆଳତୀ, ସୁନାବେଶ, ହୋମଯଜ୍ଞ, ଭାଗବତ ପାରାୟଣ, ଚଣ୍ଡିପାଠ ଓ ସତ୍ୟ ନାରାୟଣ ପୂଜା ଆଦି ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଟ୍ରଷ୍ଟ ପକ୍ଷରୁ ୭ ଦିନ ବ୍ୟାପୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏପ୍ରିଲ ୯ରୁ ୧୫ ତାରିଖ ପ୍ରତ୍ୟେକ ରାତିରେ କେନ୍ଦୁଝର ଜିଲ୍ଲା କବିତ୍ରା ଗ୍ରାମର ଗାୟକ ସୁଧାମଣି ତୁଳସୀ ଚରଣ ମହାନ୍ତ ଓ ଖୋର୍ଦ୍ଧା ଜିଲ୍ଲା ପଦ୍ମପୁର ଗ୍ରାମର ଗାୟକ ଜ୍ଞାନଭୂଷଣ ଡ. ଶିଶିର କୁମାର ପାଢୀଙ୍କ ମଧ୍ୟରେ ବାଦିପାଲା ଅନୁଷ୍ଠିତ ହେବ ।

Leave A Reply

Your email address will not be published.