ଶିଶୁ ବିକାଶ ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶିଶୁ ବିକାଶ ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ | ରାଇରଙ୍ଗପୁର ସହରସ୍ତ ଗଢରେ ଥିବା ଶିଶୁ ବିକାଶ ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ ସଂପାଦକ ତଥା ପ୍ରତିଷ୍ଠାତା ଚିତ୍ତରଂଜନ ମହାନ୍ତଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି |

ଏଥିରେ ମୁଖ୍ୟ ଅତିଥି ଭାବେ ସୁଦର୍ଶନପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତିମିର ରଞ୍ଜନ ପଣ୍ଡା, ମୁଖ୍ୟ ବକ୍ତା ସ୍ତମ୍ଭକାର ଲଳିତ କୁମାର ମହାନ୍ତ, ସମ୍ମାନିତ ଅତିଥି ସାମ୍ବାଦିକ ତୁଷାରକାନ୍ତ ମହାନ୍ତ, ୱାର୍ଡ ନଂ ୭ କାଉସିଲର ଦେବସ୍ମିତା ଡଗରା ଓ ପ୍ରଜାପତି ବ୍ରହ୍ମ କୁମାରୀ ଅନୁଷ୍ଠାନର ମିନତୀ ଭଉଣୀ ପ୍ରମୁଖ ଉପସ୍ଥିତ ଥିଲେ | ସଭାପ୍ରାରମ୍ଭରେ ଅତିଥିଗଣଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ କରିବା ପରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ଗାନ କରାଯାଇଥିଲା | ମୁଖ୍ୟ ଅତିଥି ଛାତ୍ରଛାତ୍ରୀମାନଙ୍କୁ ରାଷ୍ଟ୍ରଭକ୍ତି ଉପରେ ଦିଗଦର୍ଶନ ଦେଇଥିବା ବେଳେ ମୁଖ୍ୟ ବକ୍ତା ଛାତ୍ରଛାତ୍ରୀମାନଙ୍କୁ ସମୟାନୁବର୍ତ୍ତୀତା, ଏକାଗ୍ରତା ଓ ଗୁରୁଜନମାନଙ୍କୁ ଭକ୍ତି କରିବା ପାଇଁ ଉପଦେଶ ଦେଇଥିଲେ |

ମିନତୀ ଭଉଣୀ ଛାତ୍ରଛାତ୍ରୀମାନଙ୍କୁ ଈଶ୍ବରୀୟ ସତ୍ତା ଉପରେ ଧାର୍ମିକ ଶିକ୍ଷା ଦେଇଥିଲେ | ଏହାପରେ ବିଦ୍ୟାଳୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଗଣ ମାନ ପତ୍ର ଓ ଉପଢୋକନ ଦେଇ ପୁରସ୍କୃତ କରିଥିଲେ | ପରେ ପରେ ରଙ୍ଗାରଙ୍ଗ ସାଂସ୍କତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଏହି ଭବ୍ୟ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷିକା ଉତ୍ତମ କୁମାର ଗିରି, ଶିବାଶିଷ ପାତ୍ର, ଗାୟତ୍ରୀ ବାରିକ, ତନୁଶ୍ରୀ ମହାନ୍ତ, କାରିନା ମୁର୍ମୁ, ସୁମିତା ମହାତୋ, ମିନତୀ ମହାନ୍ତ ଓ ହେମନ୍ତ ମହାନ୍ତ ସହଯୋଗ କରିଥିଲେ |

Leave A Reply

Your email address will not be published.