ସଂସଦର ବଜେଟ ଅଧିବେଶନ ଚଳିତ ମାସ ୩୧ରୁ ଆରମ୍ଭ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ୨୦୨ ୪ ବର୍ଷ ପାଇଁ ସଂସଦର ବଜେଟ ଅଧିବେଶନ ଚଳିତ ମାସ ୩୧ରୁ ଆରମ୍ଭ ହେବ। ବଜେଟ ଅଧିବେଶନ ୧୦ ଦିନର ହେବ । ଏହା ୯ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବଜେଟ ମଧ୍ୟ ଫେବୃଆରୀ ୧ ରେ ଉପସ୍ଥାପିତ ହେବ।

ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ କାର୍ଯ୍ୟକାଳର ଶେଷ ବଜେଟ। ଆଗକୁ ନିର୍ବାଚନ ଥିବାରୁ ଏହି ବଜେଟ ଅଧିବେଶନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଆସନ୍ତା ୩୧ରୁ ବିଜେଟ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଫେବୃଆରୀ ୧ରେ ଆଗତ ହେବ କାମଚଳା ବଜେଟ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବଜେଟ ଅଧିବେଶନର ପ୍ରଥମ ଦିନରେ ସଂସଦର ଉଭୟ ସଦନକୁ ସମ୍ବୋଧନ କରିବେ।

ଏହାପରେ ଅର୍ଥମନ୍ତ୍ରୀ ଫେବୃଆରୀ ୧ରେ କାମଚଳା ବଜେଟ ଉପସ୍ଥାପନ କରିବେ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ମୋଦି ସରକାର ଏହି ବଜେଟରେ ମହିଳା ଓ ଚାଷୀଙ୍କୁ ଫୋକସ କରିବା ସମ୍ଭାବନା ରହିଛି। କୁହାଯାଉଛି ଯେ ମୋଦି ସରକାରରେ ଚାଷୀଙ୍କୁ ମିଳୁଥିବା କିଷାନ ସମ୍ମାନ ନିଧି ଯୋଜନାର ଅର୍ଥରାଶିକୁ ଦ୍ୱିଗୁଣା କରିପାରନ୍ତି। ତେବେ ଗତ ଡିସେମ୍ବର ୪ ତାରିଖରେ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଥିଲା। ଯାହାକି ନିର୍ଦ୍ଧାରିତ ସମୟର ଦିନକୁ ପୂର୍ବରୁ ଶେଷ ହୋଇଯାଇଥିଲା।

Leave A Reply

Your email address will not be published.