ଲିଙ୍ଗରାଜ ମନ୍ଦିର ପାଇଁ ଆସିଲା ନୂଆ ନିୟମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନୂତନ ବର୍ଷରେ ଲିଙ୍ଗରାଜ ମନ୍ଦିର ପାଇଁ ଆସିଲା ନୂଆ ନିୟମ । ଏଣିକି ମନ୍ଦିର ଭିତରକୁ ପାନ, ଗୁଟଖା ସେବନକାରୀଙ୍କ ପ୍ରବେଶ ନିଷେଧ ସହ ପଲିଥିନ୍ ଓ ପ୍ଲାଷ୍ଟିକକୁ ମଧ୍ଯ ବାରଣ କରାଯାଇଛି । ଏ ନିୟମକୁ ଟ୍ରଷ୍ଟ ବୋର୍ଡ଼ ବୈଠକରେ ଅନୁମତି ମିଳିଛି ।

ସୂଚନା ଅନୁଯାୟୀ, ମନ୍ଦିରର ସ୍ବଚ୍ଛତା ଓ ଧର୍ମୀୟ ଭାବନା ଦୃଷ୍ଟିରୁ ପାନ, ଗୁଟଖା ବା ମଦ୍ୟପାନ କରି ମନ୍ଦିର ଭିତରକୁ ପ୍ରବେଶ କରିବା ଅନୁଚିତ୍ । କିନ୍ତୁ ଅନେକ ସମୟରେ ବହୁ ଲୋକେ ଏହି ନିୟମକୁ ପାଳନ କରୁନଥିବା ଦେଖିବାକୁ ମିଳିଥାଏ । ଯାହା ଫଳରେ ମନ୍ଦିର ପରିସରରେ କେଉଁ ପାନ ଛେପ ତ ଆଉ କେଉଁଠି ଶ୍ରଦ୍ଧାଳୁ ର୍ଦୁବ୍ୟବହାରର ଶିକାର ହେବା ଭଳି ଘଟଣା ସମ୍ନାକୁ ଆସିଥାଏ । ସେହିପରି ମନ୍ଦିର ଭିତରେ ପ୍ଲାଷ୍ଟିକ୍ ବଟଲ, ପଲି୍ଥିନ ଓ ଜରି ପ୍ୟାକେଟ୍ କୁ ସଂପୂର୍ଣ୍ଣ ବାରଣ କରାଯିବ । ତେବେ ନୂଆ ବର୍ଷରେ ଏସବୁ ନିୟମ କଡ଼ାକଡ଼ି ପାଳନ କରାଯିବା ସହ ମନ୍ଦିର ପରିବେଶ ସ୍ବଚ୍ଛ ରଖିବା ନେଇ ଗୁରୁତ୍ବ ଦିଆଯାଇଛି ।

ଏହାସହ ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯାଇଛି । ବିଶେଷ କରି, ଏକାମ୍ର ପ୍ରକଳ୍ପରେ ହେବାକୁ ଥିବା କାର୍ଯ୍ୟକୁ ଆଗେଇ ନେବା ଲାଗି ବିଏମସି ମନ୍ଦିର ଟ୍ରଷ୍ଟ ବୋର୍ଡ଼କୁ ଅନୁମତି ମାଗିଥିବାବେଳେ ତାହାକୁ ମଞ୍ଜୁର କରାଯାଇଛି। ସେହିପରି ରୋଷ ଘର ମରାମତି କରିବାକୁ ଏଏଆଇକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.