ଓଡିଶା ଆସିବେ ରାହୁଲ ଗାନ୍ଧୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡିଶା ଆସିବେ ରାହୁଲ ଗାନ୍ଧୀ । ଭାରତ ଯୋଡ ନ୍ୟାୟ ଯାତ୍ରା ସମୟରେ ଓଡିଶା ଆସିବେ ରାହୁଲ ଗାନ୍ଧୀ । ଜାନୁଆରୀ ୧୪ ତାରିଖରୁ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଯାହା ମଣିପୁରରୁ ଆରମ୍ଭ ହୋଇ ମୁମ୍ବାଇରେ ଶେଷ ହେବ ।  ଗୁରୁବାର ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାର ଲୋଗୋ ଉନ୍ମୋଚିତ ହୋଇଛି। ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି ଏହି ଯାତ୍ରା ଦେଶରେ ଜନ ଜାଗରଣ ସୃଷ୍ଟି ଉଦ୍ଦେଶ୍ୟରେ କରାଯାଉଛି। ତେବେ ଯାତ୍ରା ବେଳେ ରାହୁଲ ଗାନ୍ଧୀ ଓଡିଶାରେ ୪ ଦିନ ରହିବେ ।

ସୂଚନା ଅନୁସାରେ , ଝାରସୁଗୁଡ଼ା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜରେ ଭାରତ ନ୍ୟାୟ ଯାତ୍ରା କରିବେ ରାହୁଲ ଗାନ୍ଧୀ । ଏହି ଅବସରରେ ଦଳ ପକ୍ଷରୁ ଲୋଗୋ ଉନ୍ମୋଚନ କରାଯାଇଛି । ଆସନ୍ତା ଜାନୁୟାରୀ ୧୪ ତାରିଖରୁ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ କରିବ କଂଗ୍ରେସ । ମଣିପୁରରୁ ଆରମ୍ଭ ହୋଇ ଏହି ଯାତ୍ରା ମୋଟ ୬ ହଜାର ୭୧୩ କିଲୋମିଟର ଅତିକ୍ରମ କରି ଶେଷରେ ମହାରାଷ୍ଟ୍ରରେ ପରିସମାପ୍ତି ହେବ ।

ମୋଟ ୬୬ ଦିନରେ ୧୧୦ଟି ଜିଲ୍ଲା, ୧୫ ଟି ରାଜ୍ୟ ବୁଲିବେ କଂଗ୍ରେସ ନେତା, କର୍ମୀ ଏବଂ ସାଧାରଣ ଜନତା । ତେବେ ଏହି ଯାତ୍ରାର ମୂଳ ଉଦେଶ୍ୟ ହେଉଛି ଭାରତବର୍ଷର ଯୁବକ, ମହିଳା, କୃଷକ, ଶ୍ରମିକ ମଧ୍ୟବିତ୍ତ ଏବଂ ଗରିବଙ୍କୁ ଅର୍ଥନୈତିକ, ସାମାଜିକ ଏବଂ ରାଜନୈତିକ ନ୍ୟାୟ ପ୍ରଦାନ କରିବା ।ତେଣୁ ସାଧାରଣଜନତା ମଧ୍ୟ ଏହି ଯାତ୍ରାରେ ଜଡିତ ହୋଇପାରିବେ ।

Leave A Reply

Your email address will not be published.