ବିଶ୍ବ ହିନ୍ଦୀ ଦିବସ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଶ୍ବ ହିନ୍ଦୀ ଦିବସ ପାଳିତ| ରାଇରଙ୍ଗପୁର ବିଶ୍ବ ହିନ୍ଦୀ ଦିବସ ପାଳିତ ହୋଇ ଯାଇଛୀ। ସାହିତ୍ୟିକ ଓ ସାଂସ୍କୃତିକ ସଂଗଠନ “ହିନ୍ଦୀ ଭାଷୀ” ଏବଂ “ଛଠ ପର୍ବ ସାମାଜିକ ଓ ସାଂସ୍କୃତିକ ଟ୍ରଷ୍ଟ ” ରାଇରଙ୍ଗପୁର ର ମିଳିତ ସୌଜନ୍ୟ ରେ ସ୍ଥାନୀୟ ଖଡକେଶ୍ବର ମନ୍ଦିରରେ ବିଶ୍ବ ହିନ୍ଦୀ ଦିବସ ପାଳିତ ହୋଇ ଯାଇଛି।

ବିଜୟ ରାମଙ୍କ ଆବାହକତ୍ବ ଓ ଅବଧେଶ ମିଶ୍ର ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହିନ୍ଦୀର ଗୁରୁତ୍ବ ଓ ଏହାର ବୈଶ୍ବିକ ବ୍ୟବହାର ଉପରେ ଚର୍ଚା କରାଯାଇଥିଲା। ବିଶେଷ କରି ” ପହଲେ ବୋଲୋ ଅପନି ଭାଷା,ଆଗେ ବୋଲୋ ହିନ୍ଦୀ ଭାଷା” ର ବାର୍ତ୍ତା କୁ ଆଧାର କରି ଏହି କାର୍ଯ୍ୟକ୍ରମ ଟି ଆୟୋଜିତ କରାଗଲା।ମୁଖ୍ଯ ଅତିଥି ଭାବେ ଆଲୋକ ଅଗ୍ରୱାଲ ଯୋଗ ଦେଇ ହିନ୍ଦୀର ବୈଶ୍ବିକ ପ୍ରଭାବ ଉପରେ ଆଲୋକପାତ କରିଥିଲେ।ବିଜୟ ରାମ ପ୍ରାରମ୍ଭିକ ସୁଚନା ଦେଇ ସଭା ପରିଚାଳନା କରିଥିଲେ।

ଅବଧେଶ ମିଶ୍ର ହିନ୍ଦୀର ବର୍ତ୍ତମାନ ଅବସ୍ଥା ପ୍ରତିଫଳିତ କରିଥିଲେ। ହିନ୍ଦୀ ଭାଷୀ ତିମିର ରଂଜନ ପଣ୍ଡା ହିନ୍ଦୀରେ ହିନ୍ଦୀର ଆବଶ୍ୟକତା ଆଲୋକପାତ କରିଥିଲେ। ରାଜେଶ ପ୍ରଜାପତି, ଗୋପାଲ କୃଷ୍ଣ ମହାନ୍ତି ହିନ୍ଦୀ ନିମନ୍ତେ ସଚେତନତାର ଅଭାବ ଆଲୋଚନା କରିଥିଲେ।ସଭାଶେସରେ ସଂତୋସୀ ରାମ ତାଙ୍କର ବକ୍ତବ୍ଯ ପ୍ରଦାନ କରି ଧନ୍ୟବାଦ ଅର୍ପଣ କରୀଥିଲେ।

Leave A Reply

Your email address will not be published.