ଟେକନୋୱାଲଡ ଗ୍ରୁଫ୍ ଅଫ୍ ଅନୁଷ୍ଠାନର ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଦ୍ବିତୀୟ ବୃହତ୍ତମ ସହର ରାଇରଙ୍ଗପୁରରେ ଅବସ୍ଥିତ ସୁପ୍ରତିଷ୍ଠିତ ଟେକନୋୱାଲଡ ଗ୍ରଫ୍ ଅଫ୍ ଅନୁଷ୍ଠାନର ଦଶମ ବାର୍ଷିକ ଉତ୍ସବ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଅଧ୍ୟକ୍ଷ ତଥା ସଭାପତି ଶ୍ରୀଯୁକ୍ତ ଲଳିତ ମୋହନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |

ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଶିବ ପ୍ରସାଦ ରଥ, ମୁଖ୍ୟ ବକ୍ତା ଅବସରପ୍ରାପ୍ତ ରିଡର ନୃତତ୍ତ୍ବ ବିଜ୍ଞାନ ଡାକ୍ତର ପ୍ରମୋଦ କୁମାର ମହାନ୍ତ, ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ପ୍ରତିଷ୍ଠାତା ଇଂ ଉମାକାନ୍ତ ମହାନ୍ତ, ସୁଅଧ୍ୟାପକ ଦାରାସିଂହ ମହାନ୍ତ, ବରିଷ୍ଠ ସାମ୍ବାଦିକ ତଥା ଶ୍ରମିକ ନେତା ନିଗମାନନ୍ଦ ପଟ୍ଟନାୟକ, ସ୍ତମ୍ଭକାର ଲଳିତ କୁମାର ମହାନ୍ତ, ଏଡମିନିଟ୍ରେସନ ଅଫିସର ଓକିଲ ଭବାନୀ ଶଙ୍କର ମହାନ୍ତି, ଇଂ ଗୌରାଙ୍ଗ ମହାନ୍ତ, ସହଦେବ ମହାନ୍ତ ଓ ଅଜୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ | ସଭା ପ୍ରାରମ୍ଭରେ ଅତିଥିଗଣଙ୍କ ଦ୍ବାରା ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା | ଏହାପରେ ମହାବିଦ୍ୟାଳୟ ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ଗାନ କରାଯାଇଥିଲା |

ତଦପରେ ଅତିଥିଗଣଙ୍କୁ ଉପଢୋକନ ଦେଇ ସମ୍ମାନିତ କରାଯାଇଥିଲା | ମହାବିଦ୍ୟାଳୟ ଅଧ୍ୟକ୍ଷ ସଭାପତିତ୍ବ ବକ୍ତବ୍ୟ ରଖିଥିଲେ | କଲେଜ ପ୍ରତିଷ୍ଠାତା ଇଂ ଉମାକାନ୍ତ ମହାନ୍ତ ତାଙ୍କର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ | ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଡାକ୍ତର ସସ୍ମିତା ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ | ମୁଖ୍ୟ ଅତିଥି ଛାତ୍ରଛାତ୍ରୀମାନଙ୍କୁ ସୁମଣିଷ ହେବା ପାଇଁ ଦିଗଦର୍ଶନ ଦେଇଥିବା ବେଳେ ମୁଖ୍ୟବକ୍ତା ଛାତ୍ରଛାତ୍ରୀମାନଙ୍କୁ ନିଜର ଆଚାର ବ୍ୟବହାର ରେ ଶାଳିନତା ରକ୍ଷା କରିବା ପାଇଁ ଉପଦେଶ ଦେଇଥିଲେ | ପୁରସ୍କାର ବିତରଣୀ ପର୍ବରେ ଗତ ବର୍ଷର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଗଣ ମାନପତ୍ର ଓ ଫଳକ ଦେଇ ପୁରସ୍କୃତ କରିଥିଲେ |

ପରିଶେଷରେ ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ଘଣା ଧନ୍ୟବାଦ ଅର୍ପଣ କରିଥିଲେ | ଏହାପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି ଚିତାକର୍ଶକ ଉତ୍ସବକୁ ଦେଖିବାପାଇଁ ସମସ୍ତ ଛାତ୍ରଛାତ୍ରୀ ଓ ଅବଭାବକଅବିଭାବିକା ଯୋଗ ଦେଇଥିଲେ | ଏହି ଭବ୍ୟ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଗୌତମ ମହାନ୍ତ, ଅଜିତ ମହାନ୍ତ, ରମାକାନ୍ତ ମହାନ୍ତ, ପ୍ରଦ୍ୟୁନ୍ନ ଦତ୍ତ, ଅଭିନାଶ ବାରିକ, ଆୟୁଶ ସାହୁ, ଶୁଭ୍ରାଂଶୁ ବେହେରା ଓ ପ୍ରଣବ ଗିରି ପ୍ରମୁଖ ସହଯୋଗ କରିଥିଲେ |

Leave A Reply

Your email address will not be published.