ପୁଣି ଅଶାନ୍ତ ହେଲା ମଣିପୁର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଣି ଅଶାନ୍ତ ହେଲା ମଣିପୁର। ଫୁଟିଲା ବୋମା। ମଣିପୁରର ବିଷ୍ଣୁପୁର ଓ ଥୌବାଲ୍‌ ଜିଲ୍ଲାରେ ଘଟିଛି ଏକ ଭୟଙ୍କର ଗୁଳିକାଣ୍ଡ । ବିଷ୍ଣୁପୁର ଜିଲ୍ଲାର କୁମ୍ଭି ଓ ଥୌବାଏ୍‌ ଜିଲ୍ଲାର ଓାଙ୍ଗୁ ମଧରେ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ରହିଛି। ସେଠାକୁ ଅଦା ଅମଳ କରିବାକୁ ଯାଇଥିବା ୪ଜଣ ବ୍ୟକ୍ତି ନିଖୋଜ ହୋଇଛନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ସୂଚନା ମୁତାବକ, କିଛି ଆତଙ୍କବାଦୀମାନେ ଏହି ଗୁଳିମାଡ଼ କରିଛନ୍ତି।

ତେବେ ଏଥିରେ ଏଯାଏଁ କେହି ମୃତାହତ ହୋଇନାହାନ୍ତି। କେନ୍ଦ୍ରୀୟ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି। ଆତଙ୍କବାଦୀଙ୍କ ଗୁଳିମାଡ଼ର ପାଲଟା ଜବାବରେ ସୁରକ୍ଷା ବାହିନୀ ପକ୍ଷରୁ ମଧ୍ୟ ଗୁଳିମାଡ କରାଯାଇଛି। ସେପଟେ ବୋମା ବିସ୍ଫୋରଣ ଓ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଭୟଭୀତ ହୋଇ ବିଷ୍ଣୁପୁର ଜିଲ୍ଲାର ହାଓଟାକ୍ ଗ୍ରାମରୁ ୧୦୦ରୁ ଅଧିକ ମହିଳା, ଶିଶୁ ଓ ବୟସ୍କ ଲୋକ ଗାଁ ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଇ ଯାଇଥିବା ଅଧିକାରୀମାନେ କହିଛନ୍ତି।

ଅନ୍ୟପଟେ ମଣିପୁରର ବିଷ୍ଣୁପୁର ଏବଂ ଚୁରଚାନ୍ଦପୁର ଜିଲ୍ଲାର ପାହାଡ ଅଞ୍ଚଳରେ କାଠ ସଂଗ୍ରହ କରିବାକୁ ଯାଇଥିବା କୁମ୍ବି ବିଧାନସଭା ନିର୍ବାଚନମଣ୍ଡଳୀରୁ ଚାରିଜଣ ବ୍ୟକ୍ତି ବୁଧବାର ନିଖୋଜ ହୋଇଯାଇଛନ୍ତି। ପୁଲିସ ଏନେଇ ସୂଚନା ଦେଇଛି। ନିଖୋଜ ହୋଇଥିବା ଯୁବକମାନେ ଦାରା ସିଂହ, ଇବୋମା ସିଂହ, ରୋମେନ ସିଂହ ଏବଂ ଆନନ୍ଦ ସିଂହ ବୋଲି ଚିହ୍ନଟ କରାଯାଇଥିବା ପୁଲିସ କହିଛି। ଆତଙ୍କବାଦୀମାନେ ଏମାନଙ୍କୁ ବନ୍ଦୀ କରିନେଇଥିବା ପୁଲିସ ସନ୍ଦେହ କରୁଛି।

ଏହା ପୂର୍ବରୁ ଜାନୁୟାରି ୧ତାରିଖରେ ଅଜଣା ଓ ସ୍ଥାନୀୟ ଥୌବାଲ୍‌ ଲିଲୋଙ୍ଗ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଗଣ୍ଡୋଗଳ ଦେଖିବାକୁ ମିଳିଥିଲା । ପୁଲିସ୍‌ କହିବା ଅନୁଯାୟୀ ସେହି ମାଡ଼ଗୋଳରେ ୪ଜଣଙ୍କ ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.