ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲା ଶ୍ରମିକଙ୍କ କାର୍ଯ୍ୟ ସଂପାଦନ କୁ ନେଇ ଅନେକ ଅନିୟମିତତା ଦେଖିବାକୁ ମିଳିଛି। ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ସରକାର ଶ୍ରମିକ ମାନଙ୍କୁ କାର୍ଯ୍ୟ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ଜାରିକରିଛନ୍ତି କିନ୍ତୁ ମୟୂରଭଞ୍ଜ ଜିଲ୍ଲାରେ ବିପରୀତ ଚିତ୍ର ଦେଖିବାକୁ ମିଳିଛି।
ବର୍ତ୍ତମାନ ବାରିପଦାର ତାପମାତ୍ରା ୪୨ ରୁ ୪୩ ଡିଗ୍ରୀ ରହୁଥିବା ବେଳେ ଜିଲ୍ଲାରେ ଥିବା ବାରିପଦା FIC, ବାରିପଦା OSWC, ରାଇରଙ୍ଗପୁର OSWC, ବେତନଟି PG, ଉଦଳା PG, କରଞ୍ଜିଆ OSWC, ବାଦାମପାହାଡ୍ RRC ଚାଉଳ ଗୋଦାମ ଗୁଡ଼ିକରେ ଅତ୍ୟାଧିକ ଖରାରେ ମଧ୍ୟ ଶ୍ରମିକ ମାନଙ୍କୁ କାମରେ ନିୟୋଜିତ କରାଯାଉ ଥିବାର ଦେଖିବାକୁ ମିଳିଛି। ଚିଠି ନମ୍ବର ୮୮୫ ଜରିଆରେ ସରକାର ଖାଉଟି ଯୋଗାଣ ବିଭାଗ କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ପୂର୍ବାହ୍ନ ୧୧ ଟା ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ କୌଣସି ସରକାରୀ ବା ବେସରକାରୀ କାର୍ଯ୍ୟରେ ଶ୍ରମିକଙ୍କୁ ନିୟୋଜିତ କରିପାରିବେ ନାହିଁ, କିନ୍ତୁ ମୟୂରଭଞ୍ଜ ଜିଲ୍ଲା ଯୋଗାଣ ବିଭାଗ ସରକାରଙ୍କ ନିର୍ଦ୍ଦେଶ କୁ ଅଣଦେଖା କରୁଛି।
ଦିନ ସାରା ଡହ ଡହ ଖରାରେ ଶ୍ରମିକ ମାନଙ୍କୁ କାର୍ଯ୍ୟରେ ନିୟୋଜିତ କରୁଥିବାର ଦେଖିବାକୁ ମିଳିଛି। ଯିହା କି ଶ୍ରମିକ ମାନଙ୍କ ଜୀବନ ପ୍ରତି ବିପଦ ଥିବା ର ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ଚିଠି ନମ୍ବର ୮୮୨ ରେ ସରକାରୀ ଛୁଟି ଦିନ ଗୁଡ଼ିକରେ ଖାଦ୍ୟ ଯୋଗାଣ ବିଭାଗର ଜିଲ୍ଲା ମୁଖ୍ୟ ଖାଦ୍ୟ ଯୋଗାଣ ଅଧିକାରୀ କୃଷ୍ଣ ଚନ୍ଦ୍ର ସେଠୀ ସରକାରୀ ଛୁଟିକୁ ବାତିଲ କରି ଶ୍ରମିକମାନଙ୍କୁ କାର୍ଯ୍ୟରେ ବେଆଇନ ଭାବେ ନିୟୋଜିତ କରି ନିଜେ ସରକାରୀ ବାବୁ ମାନେ ଆରାମରେ AC ରେ ବସି ଥଣ୍ଡାର ମଜା ନେଉଛନ୍ତି। ଯାହା ଫଳରେ ଶ୍ରମିକ ମାନେ ପ୍ରତିକ୍ରିଆଶୀଳ ହୋଇ ଜିଲ୍ଲାପାଳଙ୍କ ଦୃଷ୍ଟି ଗୋଚର କରିବେ ବୋଲି କ୍ଷୋଭ ପ୍ରକାଶ କରି କହିଛନ୍ତି।