ସଚେତନତାର ବାର୍ତ୍ତା ବାଣ୍ଟିବ “ଆମେ ମଣିଷ”

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଏକ ମାନବବାଦୀ ଆଭିମୁଖ୍ୟ ନେଇ ବାରିପଦାରେ ‘ଆମେ ମଣିଷ’ ନାମରେ ଏକ ନୂତନ ସଂଗଠନ ଗଠନ କରାଯାଇ ସଚେତନତାର ବାର୍ତ୍ତା ପ୍ରଦାନ କରୁଅଛି । ପ୍ରାଥମିକ ଭାବେ ଆଞ୍ଚଳିକ, ଜାତୀୟ ତଥା ଅନ୍ତର୍ଜାତୀୟ ବିଭିନ୍ନ ବିଷୟ ଉପରେ କାର୍ଯ୍ୟକ୍ରମ ମାଧ୍ୟମରେ ଆଜିର ଯୁବ ପିଢ଼ି, ସଚେତନ ନାଗରିକ ଓ ଜନସାଧାରଣଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ପ୍ରସାର ସାଙ୍ଗକୁ ଏକ ବିଚାର ପ୍ରତିଷ୍ଠା କରିବା ଦିଗରେ କାର୍ଯ୍ୟ କରିବ ବୋଲି ନିଷ୍ପତି ନେଇଛି ।

ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବାରିପଦା ଲାଇନ୍ସ କ୍ଲବ ଠାରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ତଥା ବିଖ୍ୟାତ ଅର୍ଥନିତୀଜ୍ଞ ଫକୀରମୋହନ ବିଶ୍ଵ ବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡ.କୁମରବର ଦାସ, ଅନୁଷ୍ଠାନର ପ୍ରତିଷ୍ଠାତା ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିରଜା ପ୍ରସାଦ ନାୟକ, ସମାଜସେବୀ ଅନୁଷ୍ଠାନର ଯୁଗ୍ମ ନିର୍ଦେଶକ ରୋଟାରିଆନ୍ କମଲ କୁମାର ଜେନା, ସମାଜ ସେବୀ ରାୟନ୍ ଦୀନେଶ ଖଣ୍ଡେଲୱାଲ ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ରହି ଆସନ୍ତା ଏପ୍ରିଲ ୨୧ ତାରିଖ ରବିବାର ସକାଳ ୭ଟା ରେ ବାରିପଦା ଜଗନ୍ନାଥ ମନ୍ଦିର ରଥ ପଡ଼ିଆ ନିକଟରୁ ଏକ ପଦ ଯାତ୍ରା ବାହରି କଲେଜ୍ ଛଳ ଓ ଟ୍ରାଫିକ୍ ଛକ ଦେହ ସକାଳ ୮ଟା ରେ ବିଜୁ ପଟ୍ଟନାୟକ ଛକରେ ‘ଫେରିଆସ ପକ୍ଷୀ’ ବାର୍ତ୍ତା ନେଇ ପହଞ୍ଚିବ। ଏହି ପଦଯାତ୍ରାରେ ଶତାଧିକ ଛାତ୍ର, ଯୁବକ, ଜନସାଧାରଣ ଓ ପ୍ରକୃତିପ୍ରେମି ଅଂଶଗ୍ରହଣ କରିବେ ବୋଲି ଆକଳନ କରାଯାଇଅଛି। ସମ୍ପ୍ରତି ବାରିପଦା ସହର ରାଜ୍ୟର ସର୍ବାଧିକ ଉତପ୍ତ ସହର ପାଲଟିଥିବାରୁ ଏଠାରେ ପକ୍ଷୀକୂଳ ଅତ୍ୟଧ‌ିକ ଗ୍ରୀଷ୍ମ ଦାରରୁ ଛଟପଟ ହୋଇ ଅଜଣା ସ୍ଥାନକୁ ଚାଲିଯାଇଥିବା ବେଳେ ସହର ଶ୍ରୀହୀନ ହୋଇପଡ଼ିଛି । ଏହା ମାନବ ସମାଜ ପାଇଁ ଏକ ଅଶୁଭ ସୂଚନା।

ପକ୍ଷୀମାନଙ୍କୁ ଫେରାଇ ଆଣିବାକୁ ବ୍ୟାପକ ବୃକ୍ଷ ରୋପଣ, ମାଟି ଜଳପାତ୍ର ଦଣ୍ଡନ ଓ ପରିବେଶ ତଥା ଜଳ ବଞ୍ଚାଇବାକୁ ଏକ ସଚେତନତାର ବାର୍ତ୍ତା ପ୍ରଦାନ କରିବା ଏହି ପଦଯାତ୍ରାର ଉଦ୍ଦେଶ୍ୟ। ସେହି ଦିନ ପୂର୍ବାହ୍ନ ୮ଟା ରୁ ୧୦ଟା ମଧ୍ଯରେ ପଦଯାତ୍ରା ପରେ ବିଜୁ ପଟ୍ଟନାୟକ ଛକ ଠାରେ ଜନସାଧାରଣଙ୍କୁ ନିଃଶୁକ୍ଳ ମାଟି, ପ୍ଲାଷ୍ଟିକ୍ ଜଳ ପାତ୍ର ଓ ଫ ବଣ୍ଟନର କାର୍ଯ୍ୟକ୍ରମ ରହିଛି। ସେହିପରି ପୂର୍ବାହ୍ଣ ୧୧ ଘଟିକାରୁ ୬ ଘଟିକା ପର୍ଯ୍ୟନ୍ତ ବାରିପଦା ତକତପୁରସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵ ବିଦ୍ୟାଳୟ ମୁଖ୍ୟ ସଭାଗୃହରେ ‘ଫେରିଆସ ପକ୍ଷୀ’ ଶୀର୍ଷକ ଏକ ରାଜ୍ୟସ୍ତରୀୟ ବହୁଭାଷୀ କବିତା ପାଠୋତ୍ସବ ଓ ଆଲୋଚନା ଚକ୍ର ଆୟୋଜନ କରାଯାଇଅଛି। ଏହି ସମସ୍ତ କାର୍ଯ୍ୟକ୍ରମ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵ ବିଦ୍ୟାଳୟ, ଜିଲ୍ଲା ପ୍ରଶାସନ, ଜିଲ୍ଲା ଜରୁରୀକାଳୀନ ବିଭାଗ, ବାରିପଦା ବନଖଣ୍ଡ ଓ ବାରିପଦା, ବାଲେଶ୍ଵର ତଥା କଟକର ବିଭିନ୍ନ ବ୍ୟବସାୟିକ ତଥା ଶିଳ୍ପାନୁଷ୍ଠାନର ମିଳିତ ସହଯୋଗରେ ଆୟୋଜନ କରାଯିବାକୁ ନିଷ୍ପରି ହୋଇଅଛି। ଏହି କାର୍ଯ୍ୟକ୍ରମଗୁଡ଼ିରେ ଜନସାଧାରଣଙ୍କର ସଦୟ ଉପସ୍ଥିତି କାମନା କରିଛନ୍ତି ।

Leave A Reply

Your email address will not be published.