ପ୍ରଚାର ମୈଦାନରେ ପ୍ରାର୍ଥୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରଚାର ମୈଦାନରେ ପ୍ରାର୍ଥୀ | ପ୍ରବଳ ଗ୍ରୀଷ୍ମ ପ୍ରଭାବ ଯୋଗୁଁ ସନ୍ଧ୍ୟାରେ ପ୍ରଚାର କରୁଛନ୍ତି ନେତା | ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀରେ |ଭାରତୀୟ ଜନତା ପାର୍ଟିରୁ ସାଂସଦ ଟିକେଟ ହାତେଇ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତମାନର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ନୂତନ ଭାବରେ ହୋଇଥିବା ବିଧାୟକ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନ |

ଗତ ଶୁକ୍ରବାର ରାତି ସମୟରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଚୋରମରା ଗ୍ରାମପଂଚାୟତରେ ପ୍ରଚାର କରିଥିବା ଦେଖିବାକୁ ମିଳିଛି | ନରେନ୍ଦ୍ର ମୋଦିଙ୍କର ବିଭିନ୍ନ ଲୋକାମୁଖୀ ଯୋଜନା ଲୋକଙ୍କ ପାଖରେ ଉପସ୍ଥାପନା କରିଥିଲେ | ୨୦୨୪ରେ ପୁଣି ଥରେ ନରେନ୍ଦ୍ର ମୋଦିକୁ ପ୍ରଧାନ ମନ୍ତ୍ରୀ କରିବାକୁ ଭୋଟରମାନଙ୍କୁ ନିବେଦନ କରିଥିଲେ |ତତ୍ ସହିତ ବିଧାୟକ ଭାବେ ବ୍ରଜମୋହନ ପ୍ରଧାନ ଓ ସାଂସଦ ଭାବରେ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ ଜିତେଇବାକୁ ନିବେଦନ କରିଥିଲେ |

ଏହି ଅବସରରେ ଏକ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା |ପଂଚାୟତର ସରପଂଚ ଇନ୍ଦିରା କାମିଲା ,ପୂର୍ବତନ ସରପଂଚ ପରିତୋଷ କାମିଲା ସହିତ ବିଜେଡି ଓ କଂଗ୍ରେସର ୧୫୦୦ରୁ ଉର୍ଦ୍ଧ କର୍ମୀ ବିଜେପିରେ ଯୋଗ ଦେଇଥିଲେ | ସାଂସଦ ସେମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ସ୍ୱାଗତ କେଇଥିଲେ |

Leave A Reply

Your email address will not be published.