ଘୋଷଣା ହେଲା ବିଜୁ ଜନତା ଦଳର କେନ୍ଦ୍ରାପଡା ଟିକେଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପରିଶେଷରେ ଘୋଷଣା ହୋଇଛି ବିଜୁ ଜନତା ଦଳର କେନ୍ଦ୍ରାପଡା ଟିକେଟ। ଅନେକ ଦିନ ଧରି ବିଭିନ୍ନ ବାଦବିବାଦ, ବିରୋଧ ସତ୍ତ୍ୱେ ବିଜେଡି ନବାଗତ(ଦଳରେ) ଗଣେଶ୍ୱର ବେହେରାଙ୍କୁ ଭରଷା କରି କେନ୍ଦ୍ରାପଡା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି।

ଚଳିତମାସ ୨ ତାରିଖରେ କଂଗ୍ରେସ ଦଳରୁ ଗଣେଶ୍ୱର ଇସ୍ତଫା ଦେବା ପରେ ୭ ତାରିଖ ଦିନ ଶଙ୍ଖ ଭବନରେ ବିଜେଡି ଦଳରେ ନିଜର ଅନ୍ୟୁନ ୫ ହଜାର ସମର୍ଥକଙ୍କୁ ଧରି ମିଶିଥିଲେ।ତେବେ ଗଣେଶ୍ୱରଙ୍କୁ ବିରୋଧ କରି ଦୁଇ ପୂର୍ବତନ ବିଧାୟକ/ବିଧାୟିକାଙ୍କ ସମେତ ଦଳର ଜିଲ୍ଲା ଯୁବ ସଭାପତି,ଦୀର୍ଘବର୍ଷ ଧରି ବିଜେଡିର କାମ କରି ଆସୁଥିବା କର୍ମୀ ମାନେ ଏହାକୁ ସହ୍ୟ କରିପାରିନଥିଲେ।ଏପରିକି ବିଜେଡିର ଅନୁଗତ କର୍ମୀମାନେ ବିଭିନ୍ନ ସ୍ଥାନରେ ଗଣେଶ୍ୱରଙ୍କୁ ବିରୋଧ କରି ପୋଡାଜଳା କରିଥିବା ମଧ୍ୟ ଦେଖାଯାଇଥିଲା।

ତେବେ ଆଜି ସମସ୍ତ କଳ୍ପନା ଜଳ୍ପନାର ଅନ୍ତଃ ଘଟାଇ ବିଜେଡି ଷଷ୍ଠ ପର୍ଯ୍ୟାୟ ଟିକେଟ ଘୋଷଣା ସମୟରେ ଗଣେଶ୍ୱରଙ୍କ ନାଁ ଉପରେ ମୋହର ମାରିଛି ଯେଉଁଥିପାଇଁ ଗଣେଶ୍ୱର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା,ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ନୂଆ ଓଡ଼ିଶା ଅଧ୍ୟକ୍ଷ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି।ଉଭୟ ଅନୁଗତ ଓ ନବାଗତଙ୍କୁ ଧରି ସେ ନିର୍ବାଚନୀ ବୈତରଣୀ ପାର ହେବେ ବୋଲି କହିଛନ୍ତି।

Leave A Reply

Your email address will not be published.