ବିଜୁଳି ଖୁଣ୍ଟରେ ଧକ୍କା ଦେଇ ୩୦ ଫୁଟ ତଳକୁ ଖସିଲା କାର୍

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜୁଳି ଖୁଣ୍ଟରେ ଧକ୍କା ଦେଇ ୩୦ ଫୁଟ ତଳକୁ ଖସିଲା କାର୍ | ଆନନ୍ଦପୁର ବ୍ରିଜ୍ ଛକ ନିକଟରେ କାର ଦୁର୍ଘଟଣା ଗ୍ରସ୍ତ, ୩ ଆହତ ଓ ୨ ଗୁରୁତର | କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ରିଜ୍ ଛକ ଶିଶୁପାର୍କ ନିକଟରେ ବିଜୁଳୀ ଖୁଣ୍ଟରେ ଧକ୍କା ଦେଇ ଏକ କାର ପ୍ରାୟ ୩୦ ଫୁଟ ତଳକୁ ଖସି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣା ପଡିଛି।

ମିଳିଥିବା ସୂଚନାନୁସାରେ ଆଜି ଭୋର ସମୟରେ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାରୁ ଶାଳପଡା ଯାଉଥିବା ଏକ କାର ଭାରସାମ୍ୟ ହରାଇ ପ୍ରଥମେ ଏକ ବିଜୁଳୀ ଖୁଣ୍ଟରେ ଧକ୍କା ଦେଇ ରାସ୍ତାରୁ ୩୦ ଫୁଟ ତଳକୁ ଖସି ଯାଇଥିଲା। ଫଳରେ କାରରେ ଥିବା ୨ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ତିନିଜଣ ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରା ଯାଇଥିବା ସୂଚନା ରହିଛି।

Leave A Reply

Your email address will not be published.