ଆଦର୍ଶ ବିଦ୍ୟାଳୟ ଛାତ୍ରୀନିବାସରୁ ସରଞ୍ଜାମ ଭଙ୍ଗାରୁଜା କଲେ ଦୁର୍ବୃତ୍ତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଲହଣ୍ଡାର ନିର୍ମାଣାଧୀନ ଆଦର୍ଶ ବିଦ୍ୟାଳୟ ଛାତ୍ରୀନିବାସରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ ସହ ବିଭିନ୍ନ ସରଞ୍ଜାମ ଭଙ୍ଗାରୁଜା କଲେ ଦୁର୍ବୃତ୍ତ ।

୫୨୦ ନମ୍ବର ଜାତୀୟ ରାଜପଥ କଡରେ ଥିବା ଲାହଣ୍ଡା ଆଦର୍ଶ ବିଦ୍ୟାଳୟର ନୂତନ ନିର୍ମାଣଧୀନ ଛାତ୍ରୀନିବାସରୁ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ କବାଟ ଭାଙ୍ଗି ପଶିବା ପରେ ଲକ୍ଷାଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ଚୋରୀ କରିବା ସହ ଭଙ୍ଗାରୁଜା କରିଥିବା ନେଇ ଯୋଡ଼ା ଥାନାରେ ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁଯାୟୀ, ନୂତନ ନିର୍ମାଣାଧୀନ ଛାତ୍ରୀନିବାସରେ ୪ ଜଣ ଶ୍ରମିକ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ସେମାନଙ୍କୁ ବାହାରପଟୁ କବାଟ ବନ୍ଦ କରି ନିର୍ବିଘ୍ଣରେ ଦାମୀ ସରଞ୍ଜାମ ଚୋରୀ କରିବା ସହ ଭଙ୍ଗାରୁଜା ମଧ୍ୟ କରିଥିଲେ। ଖବର ପାଇ ଯୋଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


 

Leave A Reply

Your email address will not be published.