କେନ୍ଦ୍ର ସରକାର ଲାଗୁ କଲେ ନୂଆ ସିମ୍ କାର୍ଡ ନିୟମ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସିମ୍ କାର୍ଡ଼ ପାଇଁ ନୂଆ ନିୟମ ପ୍ରଚଳନ କରିଛନ୍ତି କେନ୍ଦ୍ର ସରକାର । ଏଣିକି ଆପଣମାନେ ଆଉ ପୂର୍ବ ପରି ସହଜରେ ମୋବାଇଲ ସିମ୍ କାର୍ଡ କିଣି ପାରିବେ ନାହିଁ । କେନ୍ଦ୍ର ସରକାର ଏନେଇ ନୂଆ ନିୟମ ପ୍ରଚଳନ କରିଛନ୍ତି । ଏହାର ପ୍ରଭାବ କୋଟି କୋଟି ମୋବାଇଲ ଗ୍ରାହକଙ୍କ ଉପରେ ସିଧାସଳଖ ପଡ଼ିବ । ତେବେ ନୂଆ ସିମ୍ ନେବା କିଛି ଗ୍ରାହକଙ୍କ ପାଇଁ ପୂର୍ବାପେକ୍ଷ ସହଜ ହୋଇଥିବା ବେଳେ କିଛି ଗ୍ରାହକଙ୍କ ପାଇଁ ଅଧିକ ଜଟିଳ ହୋଇଯାଇଛି । ଏଣିକି ଗ୍ରାହକଙ୍କୁ ସିମ୍ କାର୍ଡ ପାଇଁ ଅନଲାଇନରେ ଆପ୍ଲାଏ କରିବାକୁ ପଡ଼ିବ ।

କେନ୍ଦ୍ର ସରକାରଙ୍କ ଟେଲକମ୍ ମନ୍ତ୍ରଣାଳୟ ନିୟମ ମୁତାବକ, ଏଣିକି ୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ କମ୍ପାନୀ ସିମ୍ କାର୍ଡ ଦେବ ନାହିଁ । ୧୮ ବର୍ଷରୁ ଅଧିକ ବୟସର ପିଲାଙ୍କୁ ସିମ୍ ପାଇଁ ପାଇଁ ଆଧାର ବା ଡିଜିଲକରରେ ଡକ୍ୟୁମେଣ୍ଟ ଭେରିଫାଏ କରିବାକୁ ପଡ଼ିବ । ଟେଲିକମ୍ ବିଭାଗ ପକ୍ଷରୁ ଗତ ବର୍ଷ ସେପ୍ଟେମ୍ବର ମାସ ୧୫ ତାରିଖରେ କ୍ୟାବିନେଟରେ ଏନେଇ ନିଷ୍ପତ୍ତି ହୋଇଥିଲା । ୟୁଜର୍ସ ନୂଆ ମୋବାଇଲ କନେକ୍ସନ ପାଇଁ ୟୁଆଇଡିଏଆଇର ଆଧାର ବେସଡ୍ ଇ-କେୱାଇ ସର୍ଭିସ ମାଧ୍ୟମରେ ସାର୍ଟିଫିକେସନ ପାଇଁ ୧ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ପୂର୍ବରୁ ମୋବାଇଲ ସଂଯୋଗ ପାଇଁ ପ୍ରିପେଡ ଠାରୁ ଆରମ୍ଭ ପୋଷ୍ଟ ପେଡ୍ କରିବା ପାଇଁ ଗ୍ରାହକଙ୍କୁ କେୱାଇସି ପ୍ରୋସେସ୍ କରିବାକୁ ପଡ଼ୁଥିଲା ।

 

Leave A Reply

Your email address will not be published.