ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ୬୬୩ ଟି ପଦବୀକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ୬୬୩ଟି ପଦବୀକୁ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ରିଜର୍ଭ ବାଟାଲିଅନ ପାଇଁ ୨୨୧ଟି ପଦବୀ ସୃଷ୍ଟି କରାଯାଇଛି। ନୂତନ ପଦବୀ ଗୁଡିକ ହେଲା ଡେପୁଟି କମାଣ୍ଡାଣ୍ଟ-୧, ହାବିଲଦାର ମେଜର-୧୮, ହାବିଲଦାର-୨୩, କନେଷ୍ଟବଳ-୧୫୪, ଇନିସ୍ପେକ୍ଟର(WT)-୧, ସବ୍ଇନିସ୍ପେକ୍ଟର (WT)-୨, ହାବିଲଦାର (WT)-୪, କନେଷ୍ଟବଳ(WT)-୧୩, ହେଡକ୍ଲର୍କ-୧, ମେଡିକାଲ ଅଫିସର-୧, ଫାର୍ମାସିଷ୍ଟ-୨ ଓ ଷ୍ଟାଫ ନର୍ସ-୧। ଏହାସହିତ ପ୍ରତ୍ୟେକ ବାଟାଲିଅନରେ ବିଭିନ୍ନ ସହାୟକ କାର୍ଯ୍ୟ ପାଇଁ ୪୪ଟି ପଦବୀ ସୃଷ୍ଟି କରାଯାଇଛି, ଯାହାକି ଆଉଟ ସୋର୍ସିଂ ଜରିଆରେ ପୂରଣ କରାଯିବ।