ମୁଖ୍ୟମନ୍ତ୍ରୀଙ୍କୁ କଲେ ଗୁହାରି ଜିଲ୍ଲାପାଳ ମାଧ୍ୟମ ରେ ଦେଲେ ଅଭିଯାଗ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଜ୍ୟ ସରକାର ବିକାସ କଥା କହୁଛନ୍ତି। ଆମ ଗାଁ ଆମ ବିକାସ ଫେଲ୍ ର ଚିତ୍ର କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଅଭିଯୋଗ ଦେଖା ଦେଇଛି। କରିବା ଦ୍ୱାରାକୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ବୋଦାପୁଟ ଗ୍ରାମ ପଞ୍ଚାୟତର ହାଟଗୁଡା, ତଳପାମି, କୋବୁରୁଗୁଡା, ତୋକାଲ ଓ ଉପରପାମି ଗ୍ରାମବାସୀ ଲେଖ୍ ଜଣାଇବା ଅଭିଯୋଗ ଏହିକି ଯେ, ଗତ 2017 ମସିହାରେ ରାସ୍ତା ନିର୍ମାଣ ଆରମ୍ଭ ହୋଇଥିବା ପିଏମଜିଏସ କାର୍ଯ୍ୟ ଅଦ୍ୟାବଧୂ ସଂପୂର୍ଣ ହୋଇନାହିଁ |

2014ମସିହା ପହଞ୍ଚିଲା କାର୍ଯ୍ୟ ଅଧା ପନ୍ତରା।ଯାହା ଫଳରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ଆଣିଛନ୍ତି| ଗ୍ରାମବାସୀ ସ୍ଥାନୀୟ ବିଧାୟକଠୁ ଆରମ୍ଭ କରି ଜିଲ୍ଲାପାଳ ଓ ଜୟପୁର ବିଜେଡି କାର୍ଯ୍ୟକ୍ରମକୁ ଆସିଥିବା ଓଡିଶାର 5T ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ ସାରଙ୍କୁ ଅବଗତ କରିଥିଲେ ବୋଲି ଗଣ ମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆଜି ସୁଦ୍ଧା କୌଣସି ସୁଫଳ ମିଳିନାହିଁ, ଏଣୁ ବାଧ୍ଯ ହୋଇ କୋରାପୁଟ ଜିଲ୍ଲାପାଳ ଙ୍କୁ ଦ୍ଵିତୀୟ ଥର ପୁଣି ଦ୍ବାରସ୍ଥ ହେଲେ ଜିଲ୍ଲାପାଳ କାର୍ଯ୍ୟାଳୟ ରେ। ଗ୍ରାମ ଗୁଡିକରେ ପାନୀୟ ଜଳ ନିମନ୍ତେ ନିର୍ମାଣ କରାଯାଇଥିବା ବୋରୱେଲ ଗୁଡିକ ମଧ୍ୟ ଅଧପନ୍ତରିଆ ଅବସ୍ଥାରେ ଅଛି, ଯାହା ଦ୍ବାରା ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଛୁ |

ସଂପର୍କ ସ୍ଥାପନା କରିବା ପାଇଁ ଟୱେର ନଥିବାରୁ ଲୋକମାନେ ବହୁତ ହୋଇରାଣ ହେବାକୁ ପଡୁଛି, ଏଣୁ ଯୋଗାଯୋଗ ପାଇଁ ନିହାତି ଗୋଟିଏ ଟୱେର ନିର୍ମାଣ ହେବା ଦରକାର | ଏହି ସମସ୍ୟା ସହ ତଳପାମି ଗ୍ରାମ ଠାରୁ ଦଣ୍ଡାବାଡ ଗ୍ରାମ ଯାଏଁ ପ୍ରାୟତଃ ପାଞ୍ଚ କିଲୋମିଟର ରାସ୍ତାରେ ପିଏମଜିଏସରାସ୍ତା ନିର୍ମାଣ ଆବଶ୍ୟକ ପଡୁଛି | ଉକ୍ତ ସମସ୍ୟାର ସମାଧାନ ଯଦି ଶିଘ୍ର ସମାଧାନ ନ ହୁଏ ଆମ୍ଭେ ଗ୍ରାମବାସୀ ଆଗାମୀ ସାଧାରଣ ନିର୍ବାଚନରେ ସାମୁହିକ ଭାବରେ ଭୋଟ ବର୍ଜନ କରିବା ପାଇଁ ବାଧ୍ୟହେବେ ବୋଲି ସରକାର୍ ଙ୍କୁ ଚେତାବନି ଦେଉଛନ୍ତି ଲୋକେ।

Leave A Reply

Your email address will not be published.