ପଶ୍ଚିମବଙ୍ଗ ପୋଲିସ ବାଲି ମାଫିଆ ମୁହାଁ ମୁହିଁ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଲି ମାଫିଆଙ୍କ ଦବଙ୍ଗଗିରି | ପଶ୍ଚିମବଙ୍ଗ ସୀମାରେ ପଶି ଚୋରାବାଲି ଉତୋଳନ ବେଳେ ପଶ୍ଚିମବଙ୍ଗ ପୋଲିସ ବାଲି ମାଫିଆ ମୁହାଁ ମୁହିଁ  | ପାଞ୍ଚ ଜଣ ପୋଲିସ ଆହତ। ସୀମାରେ ଓଡ଼ିଶା ଓ ପଶ୍ଚିମବଙ୍ଗ ପୋଲିସ ମୁତୟନ।ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅଧିନସ୍ଥ ସୁବର୍ଣ୍ଣରେଖା ନଦୀର ବାଲି ଉତ୍ତୋଳନ ଏବେ ମାଇନ୍ସ ହାତରେ ଥିବାରୁ ଏହାର ସୁଯୋଗ ନେଇ ବାଲି ମାଫିଆ ମାନେ ସକ୍ରିୟ ହୋଇ ଉଠିଛନ୍ତି  |

ପ୍ରଶାଶନକୁ ଚେଲେଞ୍ଚ କରି ବିନା ରୟାଲ୍ଟିରେ ଶହ ଶହ ଟ୍ରିପ ବାଲି ଉତ୍ତୋଳନ କରି ଖୁଲମ ଖୁଲା ଚୋରା ଚାଲାଣ କରି ଆସୁଛନ୍ତି  | ତେବେ ରାଇବଣିଆ ଥାନା ଗୁଆଗଡିଆ ଠାରେ ବାଲିମାଫିଆ ମାନେ ଆଜି ସକାଳ ସମୟରେ ସୁବର୍ଣ୍ଣରେଖା ନଦୀର ପଶ୍ଚିମବଙ୍ଗ ସୀମାରେ ପଶି ଟ୍ରାକ୍ଟର ଯୋଗେ ବାଲି ଉତ୍ତୋଳନ କରୁଥିଲା ବେଳେ ପଶ୍ଚିମବଙ୍ଗର ଦାନ୍ତୁଣ ପୋଲିସ ଏହାକୁ ବିରୋଧ କରିବା ସହ ଓଡିଶା ସୀମାରେ ପଶି ଟ୍ରାକ୍ଟର ଗୁଡ଼ିକରୁ ଚାବି ଛଡ଼େଇ ନେଇଥିଲେ  |

ଏଥିରେ ବାଲିମାଫିଆ ସହିତ ଗ୍ରାମବାସୀ ମାନେ ଉତକ୍ଷିପ୍ତ ହୋଇ ପଶ୍ଚିମବଙ୍ଗ ପୋଲିସକୁ ଆକ୍ରମଣ କରିଥିଲେ  | ଏହି ଆକ୍ରମଣରେ ୫ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଥିଲା ବେଳେ ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ ଓ ପଶ୍ଚିମବଙ୍ଗର ପୋଲିସ ମୁତୟନ ରହିଛନ୍ତି  | ଜଳେଶ୍ୱର SDPO ଦିଲ୍ଲୀପ ସାହୁ ଦାନ୍ତୁଣ ଆଇସି ଓ SDPO ଘଟଣା ସ୍ଥଳରେ ଉପସ୍ଥିତ ରହି ତଦନ୍ତ ଜାରୀ ରଖିଛନ୍ତି  |

Comments are closed.