ଉଲୁଡା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଉଲୁଡା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା | ଘଟଣା ସ୍ଥଳରେ ଦୁଇ ଜଣ ଙ୍କ ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ଜଣେ ଗୁରୁତର ହୋଇଛନ୍ତି |

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତି ରେ କମର୍ଦ୍ଦା ରୁ କାମ ସାରି 3 ଜଣ ଯୁବକ ଗୋଟିଏ ବାଇକ ରେ ଫେରୁଥିବା ବେଳେ ଉଲୁଡା ଛକ ନିକଟରେ ରାସ୍ତା କଡ ରେ ଛିଡା ହୋଇଥିବା ଏକ ଟ୍ରକ କୁ ପଛ ପଟୁ ଧକ୍କା ଦେଇଥିଲେ | ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ଦୁଇ ଜଣ ଙ୍କ ମୃତ୍ଯୁ ହୋଇଥିଲା | ଅନ୍ଯ ଜଣେ ବାଇକ ଆରୋହୀ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକେ ବାଲିଆପାଳ ହସପିଟାଲ କୁ ପଠାଇ ଥିଲେ |

ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ହସପିଟାଲ କୁ ସ୍ଥାନାନ୍ତର କରା ଯାଇଛି | ସମସ୍ତ ମୃତାହତ ବସ୍ତା ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ର ବୋଲି ଜଣା ପଡିଛି | ଖବର ପାଇ କମର୍ଦ୍ଦା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି | ତେବେ ଘନ କୁହୁଡି ଥିବା ରୁ ଦୁର୍ଘଟଣା ଘଟି ଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.