ଡାହାଣୀ ସନ୍ଦେହରେ ମହିଳା କୁ ଅତି ନୃଶଂସ ଭାବେ ହତ୍ୟା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଯୁଗ ଆଗକୁ ଯେତେ ଆଗଉଛି ଅନ୍ଧ ବିଶ୍ୱାସ ଭିତରେ ମଣିଷ ନିଜକୁ ହଜେଇ ଦେବାରେ ଆନନ୍ଦ ଅନୁଭବ କରୁଛି। କୌଣସି ପ୍ରକାର ଶାରୀରିକ ଅସୁସ୍ଥତା ଦେଖାଗଲେ ଡ଼ାକ୍ତରୀ ଚିକିତ୍ସା ସେବାର ସୁଯୋଗ ନେବା ବଦଳରେ ଗୁଣିଗାରେଡିକୁ ଆପଣାଇ କରୁଥିବା ଭୁଲକୁ ସ୍ୱୀକାର କରିବା ପରିବର୍ତ୍ତେ ନୀରିହ ଲୋକଙ୍କ ଜୀବନ ନେବାକୁ ପଛାଉନାହାନ୍ତି ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ଜୀବନ ଜିଉଁ ଥିବା ଜଲ୍ଲାଦମାନେ।

ଆଉ ଗୁଣିଗାରେଡି ସାଜି ନିରୀହ ଲୋକଙ୍କୁ ଠାକାମୀର ଶିକାର କରି ମୋଟା ଅଙ୍କର ଅର୍ଥ ରୋଜଗାର ଲୋଭରେ ସାଧାରଣ ଲୋକଙ୍କୁ ନୃଶଂସ ସଜାଉଛନ୍ତି ଭଣ୍ଡ ଦେବାଦେବୀ ପୂଜକ ତୋ ଆଉ କେତେବେଳେ ଗୁଣିଆମାନେ। ଆଉ ଏଭଳି ନୃଶଂସ ଘଟଣା ଅଧିକ ଦେଖିବାକୁ ମିଳେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ। ନିରୀହ ଆଦିବାସୀ ଲୋକଙ୍କର ସରଳତାର ସୁଯୋଗ ନେଇ ଭଲ ଅର୍ଥକାରୀ ବେପାର ମେଲେଇଛନ୍ତି ଭଣ୍ଡ ଦେବାଦେବୀ ପୂଜକ ସାଙ୍ଗକୁ ଲୋକ ଦେଖାଣିଆ ଗୁଣିଆମାନେ। କେତେବେଳେ ଫୁଙ୍କାଝଡା ତୋ ଆଉ କେତେ ଶାରୀରିକ ଅସୁସ୍ଥତାର ଚିକିତ୍ସା କରିବା ପାଇଁ ଆଗେଇ ଆସି ନିଜର ପ୍ରଭାବଜାହିର କରିବାକୁ ଗାଁର ନିରିହା ମହିଳାଙ୍କୁ ଡାହାଣୀ ବୋଲି ଆକ୍ଷେପ କରି ମୃତ୍ୟୁମୁଖକୁ ଠେଲିଦେଇ ସରଳ ନିରୀହ ଲୋକଟିକୁ ହତ୍ୟାକାରୀ ସଜାଉଛନ୍ତି ଏହି ଭଣ୍ଡ ଗୁଣିଆମାନେ।

ତେବେ ଡାହାଣୀ ସନ୍ଦେହରେ ପୁଣି ଏକ ନୃଶଂସ ହତ୍ୟାକାଣ୍ଡ ଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳରେ। ଏହି ଭଣ୍ଡଙ୍କ ପ୍ରରୋଚନାରେ ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ସୃଷ୍ଟି କରିଛି । ଭାଇ ଓ ପୁତୁରା ମିଶି ଅତି ନୃଶଂସ ଭାବେ ସ୍ତ୍ରୀକୁ ହତ୍ୟା କରିଥିବା ସନ୍ଦେହ କରୁଛନ୍ତି ମୃତ ମହିଳାଙ୍କ ସ୍ୱାମୀ । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଲହଣ୍ଡାକୋଚା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘଟଣା ସମ୍ପର୍କରେ ବିଳମ୍ବିତ ରାତିରେ ଖବରପାଇ ଝାରପୋଖରିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.