ମଙ୍ଗଳ ରାତି ବୁଧ ପାହାନ୍ତି ଧରା ପଡ଼ିଗଲା ଚୋରା ପୀରତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସ୍ଥାନୀୟ ଅଞ୍ଚଳରେ ମକର ପର୍ବର ମାହଲ ଲାଗି ରହିଥିବାରୁ ଚଳଚଞ୍ଚଳ ସାଧାରଣ ଜନଜୀବନ। ଆଉ ଏହି ସମୟର ସୁଯୋଗରେ ମିଳିତ ହେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ପ୍ରେମିକ ଓ ପ୍ରେମିକା। ହେଲେ କାଳ ହୋଇଗଲା ମଙ୍ଗଳ ରାତି ବୁଧ ପାହାନ୍ତି। ବିଶ୍ୱାସ ଥିଲା ମକର ପର୍ବର ମଜା ଉଠାଇବା ପାଇଁ ନିଶାରେ ଝୁମୁଥିବେ ପରିବାର ଲୋକେ।

ଏହି ସୁବର୍ଣ୍ଣ ସୁଯୋଗ ହାତଛଡା ନ କରି ପୂର୍ବ ନିର୍ଦ୍ଧାରିତ ସମୟରେ ମିଳିତ ହୋଇ ଦେହର ଭୋକ ମେଣ୍ଟାଇବା ପାଇଁ ଆଦିମ ଖେଳ ଖେଳିବାର ପ୍ରସ୍ତୁତି ଆରମ୍ଭ ହୋଇଥିଲା ବେଳେ ଚତୁରତାର ସହ ଧରିନେଲେ ପରିବାର ଲୋକେ। ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଞ୍ଚଳର ଜଣେ ପୁଅ ମୋରଡା ଥାନା ଅଞ୍ଚଳର ଜଣେ ବିବାହିତା ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରଖି ଆସୁଥିଲେ। ଗତ 15ତାରିଖ ମକର ରାତିରେ ଶୀତୁଆ ଅନ୍ଧାର ରାତି ଓ ଘନ କୁହୁଡିର ସୁଯୋଗନେଇ ପୁଅ ଜଣକ ମହିଳାଙ୍କ ଘରେ ପସି ଯାଇଥିଲେ କିନ୍ତୁ ଦୁର୍ଭାଗ୍ୟ ବଶତଃ ଧରା ପଡ଼ି ପୁଅ ଓ ମହିଳା ଜଣକ ଗ୍ରାମବାସୀଙ୍କ ଦ୍ଵାରା ହଟହଟା ହୋଇଥିଲେ।ତେବେ ଆଦିବାସୀଙ୍କ ପରମ୍ପରା ଅନୁସାରେ ଗାଁରେ ବସିଥିଲା କଙ୍ଗାରୁ କୋର୍ଟ।

ଆଉ କଙ୍ଗାରୁ କୋର୍ଟରେ ଆରମ୍ଭ ହୋଇଥିଲା ଆଲୋଚନା ପର୍ଯ୍ୟାଲୋଚନା ସାଙ୍ଗକୁ ପ୍ରେମୀଯୁଗଳଙ୍କୁ ସାମାନ୍ୟ ଉତ୍ତମମଧ୍ୟମ। ହେଲେ କଥା ଆଗକୁ ବଢି କିଛି ସିଦ୍ଧାନ୍ତ ହେବା ପୂର୍ବରୁ କୌଣସି ସୂତ୍ରରୁ ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସବୁ ଖେଳ ବିଗାଡି ଦେଇଥିବା ଜଣା ପଡିଛି। ତେବେ ପୋଲିସ ଉଭୟ ପ୍ରେମୀଯୁଗଳଙ୍କୁ ଉଦ୍ଧାର କରି ଥାନାକୁ ନେଇ ଅଭିଯୋଗର ତଦନ୍ତ କରୁଥିବା ଜଣାପଡ଼ିଛି। ମାତ୍ର ଘଟଣାକୁନେଇ ପୋଲିସର ସମୟ ଉପଯୋଗୀ ପଦକ୍ଷେପ ଏକ ନିଶ୍ଚିତ ଅଘଟଣକୁ ରୋକିବାରେ ସଫଳ ହୋଇଛି ବୋଲି ଆଲୋଚନା ହେଉଛି।

Leave A Reply

Your email address will not be published.