ଯୁଦ୍ଧ କାଳୀନ ଭିତ୍ତିରେ ବାଲିଆପାଳ ଚୌମୁଖ ମୁଖ୍ୟ ରାସ୍ତାର ହେବ ନିର୍ମାଣ କାର୍ଯ୍ୟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଯୁଦ୍ଧ କାଳୀନ ଭିତ୍ତିରେ ବାଲିଆପାଳ ଚୌମୁଖ ମୁଖ୍ୟ ରାସ୍ତାର ହେବ ନିର୍ମାଣ କାର୍ଯ୍ୟ | ସ୍ଵାଭିମାନୀ ବାଲିଆପାଳିଆ ମଞ୍ଚ ର ଆବାହକ ତଥା ଯୁବନେତା ସତ୍ୟକାମ ମହାନ୍ତି ଙ୍କ ଦୃଢ଼ ଦାବୀ ଉତ୍ତୋଳନ ପରେ ବାଲେଶ୍ବର ଜିଲ୍ଲାପାଳ ‘ଆର୍ ଏଣ୍ଡ ଡି’ ବିଭାଗ କୁ ଦେଲେ କଡ଼ା ନିର୍ଦ୍ଧେଶ, ଆସନ୍ତା ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ବାଲିଆପାଳ ଚୌମୁଖ ମୁଖ୍ୟ ରାସ୍ତା ର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ତାଗିଦ କଲେ।

ସୂଚନାଯୋଗ୍ୟ ବାଲେଶ୍ବର ଜିଲ୍ଲା ର ବାଲିଆପାଳ ବ୍ଲକ ଅଧିନସ୍ଥ ବାଲିଆପାଳ-ଚୌମୁଖ ମୁଖ୍ୟ ରାସ୍ତା ଦୀର୍ଘ ଦିନ ରୁ ମରଣଯନ୍ତା ପାଲଟିଥିଲା, ଉତ୍ତର ବାଲିଆପାଳ ରୁ ଦକ୍ଷିଣ ବାଲିଆପାଳ କୁ ସଂଯୋଗ କରୁଥିବା ଉକ୍ତ ରାସ୍ତା ବାଲିଆପାଳ ବାସୀ ଙ୍କ ଜୀବନ ରେଖା ଥିଲା ବେଳେ, ଡଗରା ବେଳାଭୂମି କୁ ଏହି ରାସ୍ତା ଦେଇ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ୨୦୨୧ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉକ୍ତ ରାସ୍ତା ର ପ୍ରସକ୍ତିକରଣ ପାଇଁ ୨୫ କୋଟି ଟଙ୍କା ର ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ। ମାତ୍ର ପରବର୍ତ୍ତୀ ସମୟ ରେ କାର୍ଯ୍ୟ ହୋଇନପାରି ଉକ୍ତ ଟଙ୍କା ଫେରି ଯାଇଥିଲା । ଯାହାକୁ ନେଇ ସ୍ଵାଭିମାନୀ ବାଲିଆପାଳିଆ ମଞ୍ଚ ର ଆବାହକ ତଥା ଯୁବନେତା ସତ୍ୟକାମ ମହାନ୍ତି ଙ୍କ ଦୃଢ଼ ଦାବୀ ଉତ୍ତୋଳନ ପରେ ରାସ୍ତା କାମ ପାଇଁ ଫେରି ଯାଇଥିବା ଟଙ୍କା ପୁଣି ଫେରିଥିଲା।

ମାତ୍ର କାର୍ଯ୍ୟ ରେ ବିଳମ୍ବିତ ହେବାରୁ ଗତ ୧୩/୧୧/୨୦୨୩ ରିଖ ରେ ଜିଲ୍ଲା ପ୍ରଶାସନ ର ଯୁଗ୍ମ ଜନଶୁଣାଣି ରେ ଜିଲ୍ଲାପାଳ କୁ ତୁରନ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଯୁବନେତା ସତ୍ୟକାମ ମହାନ୍ତି, ଦାବୀପତ୍ର ଦେଇ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, କିଛି ଦିନ ପରେ ରାସ୍ତାର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା, ମାତ୍ର ଆଜି ବାଲିଆପାଳ ବ୍ଲକ୍ ରେ ଆୟୋଜିତ ଯୁଗ୍ମ ଜନ ଶୁଣାଣିରେ ରାସ୍ତା କାମ ର ମନ୍ଥରତା ବିରୋଧ ରେ ଅଭିଯୋଗ ଆଣିଲେ ଯୁବନେତା ସତ୍ୟକାମ ମହାନ୍ତି। ଯାହାକୁ ପ୍ରଶାସନ ଗୁରୁତ୍ଵତାର ସହ ନେଇ ଆସନ୍ତା ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଯୁଦ୍ଧ କାଳୀନ ଭିତ୍ତି ରେ ମରାମତି କାର୍ଯ୍ୟ ଶେଷ ହେବ ବୋଲି ବାଲେଶ୍ବର ଜିଲ୍ଲାପାଳ କହିଛନ୍ତି।

Leave A Reply

Your email address will not be published.