ପାନୀୟ ଜଳ ସମସ୍ୟା ଦାବୀ ନେଇ ଆଗାମୀ ୨୦୨୪ ନିର୍ବାଚନକୁ ବର୍ଜନ ନେଇ ଚେତାବନୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅଧିନସ୍ଥ ଯଦୁନାଥପୁର ଗ୍ରାମ ପଞ୍ଚାୟତ ଗ୍ରାମବାସୀ ମାନେ ମଙ୍ଗଳବାର ବାରିପଦା ସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ତେବେ ଏହି ପଞ୍ଚାୟତରେ ମୋଟ ୧୪ଟି ଓ୍ବାର୍ଡ଼ ରହିଥିବା ବେଳେ ପାଖାପାଖି ୩୫୦୦ ଭୋଟର ଥିବା ବେଳେ ଛୋଟ ଓ ବଡ଼ ପାଠ ପଢ଼ୁଥିବା ଜନସଂଖ୍ୟା ୩୦୦୦। ସର୍ବମୋଟ ୬୫୦୦ ଜଣ ବସବାସ କରନ୍ତି । ତେବେ ଦୀର୍ଘ ଦିନ ହେବ ରାସ୍ତା ଓ ପାନୀୟ ଜଳର ଘୋର ସମସ୍ୟା ଥିବାବେଳେ ଗ୍ରାମବାସୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ବାରମ୍ବାର ଏ ବିଷୟରେ ଅଭିଯୋଗ କରିଥିଲେ |

ବର୍ତମାନ ସୁଦ୍ଧା କିଛି ସୁଫଳ ମିଳିନଥିବାରୁ ଆଜି ଗ୍ରାମ ପଞ୍ଚାୟତର ସମସ୍ତ ଭୋଟର ଆସନ୍ତା ୨୦୨୪ ମତଦାନ ପୂର୍ବରୁ ରାସ୍ତା ଓ ପାନୀୟ ଜଳର ସମସ୍ୟାକୁ ସମାଧାନ ନକଲେ କିମ୍ବା ଯେ ପର୍ଯ୍ୟନ୍ତ ସମସ୍ୟାର ସମାଧାନ କରାନଯାଇଛି ସେ ପର୍ଯ୍ୟନ୍ତ ସାଧାରଣ ନିର୍ବାଚନକୁ ବର୍ଜନ କରିବାର ଚେତାବନି ଦେଇ ଜିଲ୍ଲାପାଳଙ୍କ ଉଦେଶ୍ୱରେ ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେପଟେ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

Leave A Reply

Your email address will not be published.