ପୂର୍ବତନ ବିଜେପି ମନ୍ତ୍ରୀଙ୍କ ବିବାଦୀୟ ବୟାନ, ଗେରୁଆ ପତାକା ଦେଶର ଜାତୀୟ ପତାକା ହେବ

0

ବେଙ୍ଗାଲୁରୁ(ଓଡ଼ିଆ ନ୍ୟୁଜ୍‌): ଭବିଷ୍ୟତରେ ଦେଶରେ ଜାତୀୟ ପତାକା ତ୍ରିରଙ୍ଗା ବଦଳରେ ଉଡିବ ଗେରୁଆ ପତାକା । ଏଭଳି ବିବାଦୀୟ ବୟାନ ଦେଇଛନ୍ତି କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା କେଏସ ଈଶ୍ଵରପ୍ପା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ତ୍ୟାଗ ଏବଂ ବଳିଦାନର ପ୍ରତୀକ ହେଉଛି ଗେରୁଆ ପତାକା। ଆମ ଦେଶରେ ଗେରୁଆ ପତାକାକୁ ଦୀର୍ଘ ସମୟରୁ ସମ୍ମାନ ଦିଆଯାଉଛି। ହଜାର ହଜାର ବର୍ଷ ଧରି ଏହାର ଇତିହାସ ରହିଛି। ଆରଏସଏସରେ ଆମେ ଗେରୁଆ ପତାକା ସାମ୍ନାରେ ପ୍ରାର୍ଥନା କରୁ ଏବଂ ଏହାର ସଂସ୍କୃତି ଆମ ପାଇଁ ବହୁ ଗୁରୁତ୍ଵ ବହନ କରୁଛି। ଦିନ ଆସିବ ଗେରୁଆ ପତାକା ଦେଶର ଜାତୀୟ ପତାକାର ମାନ୍ୟତା ପାଇବ ଏବଂ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ତେବେ କହିରଖୁ କି, ଜଣେ କଣ୍ଟ୍ରାକ୍ଟରଙ୍କ ମୃତ୍ୟୁ ଏବଂ ଭ୍ରଷ୍ଟାଚାର ଅଭିଯୋଗରେ ଈଶ୍ଵରପ୍ପାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଛି। ସେ ପୂର୍ବରୁ ମଧ୍ୟ ତ୍ରିରଙ୍ଗା ପତାକାକୁ ଅନେକ ଥର ବିବାଦୀୟ ବୟାନ ଦେଇସାରିଛନ୍ତି ।

Leave A Reply

Your email address will not be published.