ବଢ଼ିଲା ହୋମଗାର୍ଡଙ୍କ ଦୈନିକ ଭତ୍ତା, ଜାଣନ୍ତୁ କେତେ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ହୋମ ଗାର୍ଡଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ହୋମଗାର୍ଡମାନଙ୍କ ଦୈନିକ ଭତ୍ତା ୧୧୦ ଟଙ୍କା ବୃତ୍ତି କରିଛନ୍ତି । ପୂର୍ବରୁ ସେମାନେ ଦିନକୁ ୪୨୩ ଟଙ୍କା ଭତ୍ତା ପାଉଥିଲେ । ବର୍ଦ୍ଧିତ ନିର୍ଦ୍ଦେଶ ପରେ ଏଣିକି ସେମାନଙ୍କୁ ୫୩୩ ଟଙ୍କା ମିଳିବ ।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଏହି ବର୍ଦ୍ଧିତ ଭତ୍ତା ଲାଗୁ ହୋଇଥିବା ସରକାର ସୂଚାଇଛନ୍ତି।ଗୃହ ବିଭାଗ (ସିଭିଲ୍‌ ଡିଫେନ୍ସ) ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ହୋଇଛି । ଏଥିରେ ଉଲ୍ଲେଖ ରହିଛି, ଗତ ଏପ୍ରିଲ ପହିଲାରୁ ଏହି ବର୍ଦ୍ଧିତ ଭତ୍ତା ଲାଗୁ ହେବ । ପୂର୍ବରୁ ଜଣେ ହୋମଗାର୍ଡ ମାସେ ଯାଏଁ ଡ୍ୟୁଟି କରୁଥିଲେ, ସେମାନଙ୍କୁ ମାତ୍ର ୧୨ ହଜାର ୬୯୦ ଟଙ୍କା ପାଉଣା ମିଳୁଥିଲା ।

ଏବେ ସେମାନେ ମାସିକ ୧୫ ହଜାର ୯୯୦ ଟଙ୍କା ଭତ୍ତା ପାଇବେ ।ଏହାସହ ହୋମଗାର୍ଡଙ୍କୁ ମିଳୁଥିବା ଅନ୍ୟାନ୍ୟ ଭତ୍ତା ମଧ୍ୟ ପୂର୍ବ ଭଳି ମିଳିବ । ଦୀର୍ଘଦିନ ଧରି ହୋମଗାର୍ଡମାନେ ଭତ୍ତା ବଢ଼ାଇବାକୁ ଦାବି କରୁଥିଲେ । ବିଭିନ୍ନ ସମୟରେ ଅନଶନ, ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ ।

ରାଜ୍ୟର ମୋଟ ୧୭ ହଜାର ୬୭୫ଜଣ ହୋମଗାର୍ଡ ଏହି ବର୍ଦ୍ଧିତ ଭତ୍ତା ଦ୍ୱାରା ଲାଭବାନ ହେବେ । ଏହି ଖବର ଆସିବା ପରେ ହୋମଗାର୍ଡଙ୍କ ମହଲରେ ଖୁସି ପ୍ରକାଶ ପାଇଛି ।

Leave A Reply

Your email address will not be published.