ନିୟମିତ ହେବେ ଚୁକ୍ତିଭିତ୍ତିକ ଶିକ୍ଷକ, ଜାରି ହେଲା ଏସଓପି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ରାଜ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିୟମିତ ହେବାକୁ ଥିବା ଚୁକ୍ତିଭିତ୍ତିକ/ପ୍ରାରମ୍ଭିକ ଶିକ୍ଷକଙ୍କ ନିମନ୍ତେ ଏସଓପି ଜାରି ହୋଇଛି । ବିଭାଗ ପକ୍ଷରୁ ଗତ ଏପ୍ରିଲ ୧୩ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସ୍ୱତନ୍ତ୍ର ଭାବେ ଏସଓପି ଜାରି ପାଇଁ ଅଢ଼େଇ ମାସ ସମୟ ଲାଗିଯାଇଛି । ୨୦୧୩ ପରେ ନିଯୁକ୍ତ ଚୁକ୍ତିଭିତ୍ତିକ/ପ୍ରାରମ୍ଭିକ ଶିକ୍ଷକଙ୍କ ନିଯୁକ୍ତିି ନିୟମିତ ହେବ । ୨୦୧୩ ପରେ ଏବଂ ୨୦୧୬ରେ ନିଯୁକ୍ତ ଶିକ୍ଷକଙ୍କ ନିମନ୍ତେ ଭିନ୍ନ ଭିନ୍ନ ପେ’ ନିର୍ଦ୍ଧାରିତ ହୋଇଛି।

ଗତ ଅକ୍ଟୋବର ୧୭ରୁ ନିୟମିତ ହେବାକୁ ଥିବା ଶିକ୍ଷକଙ୍କୁ ଆର୍ôଥକ ସୁବିଧା ମିଳିବ । ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୩ ତାରିଖରେ ଚୁକ୍ତିଭିତ୍ତିକ/ପ୍ରାରମ୍ଭିକ ଶିକ୍ଷକଙ୍କୁ ନିୟମିତ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସାଧାରଣ ପ୍ରଶାସନ ବିଭାଗର ଓଡ଼ିଶା ଗ୍ରୁପ-ବି ପଦ(ଚୁକ୍ତିଭିତ୍ତିକ ନିଯୁକ୍ତି) ନିୟମ, ୨୦୧୩ ଅନ୍ତର୍ଗତ ଯେଉଁ ଶିକ୍ଷକମାନେ ପ୍ରାରମ୍ଭିକ ନିଯୁକ୍ତି ପାଇଥିଲେ ସେମାନଙ୍କ ଚାକିରି ଓଡ଼ିଶା ଗ୍ରୁପ-ବି,ସି,ଡି ପଦ(ଉଚ୍ଛେଦ ଓ ସ୍ୱତନ୍ତ୍ର ପ୍ରାବଧାନ) ରୁଲ୍ସ ୨୦୨୨ ଆଧାରରେ ନିୟମିତ ହେବ ।

ଶିକ୍ଷକମାନଙ୍କ ନିଯୁକ୍ତି ବର୍ଷ ଓ ମେରିଟ୍ ଲିଷ୍ଟ ଅନୁସାରେ ସେମାନଙ୍କର ବରିଷ୍ଠତା ବିବେଚନା କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଥିଲା ।ଅନ୍ୟପକ୍ଷରେ ୨୦୧୩ ପୂର୍ବରୁ ନିଯୁକ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଏଥିରେ କୌଣସି ସୁବିଧା ମିଳିବନି । ସମସ୍ତଙ୍କୁ ନ୍ୟାୟ ନଦେବା ଯାଏ ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ହାର ମାନିବ ନାହିଁ ।

ସଂଘ ତରଫରୁ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନିଆଯିବ ବୋଲି ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ କହିଛନ୍ତି । ବିଭିନ୍ନ ବାଟରେ ସରକାରଙ୍କ ସହ ଏନେଇ ଲଢ଼େଇ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.