ଭିଜିଲାନ୍ସ ଜିଲ୍ଲାରେ କୋଟିପତି ଉପଜିଲ୍ଲାପାଳ, ଟଙ୍କା ଓ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଭିଜିଲାନ୍ସ ଜାଲରେ କୋଟିପତି ବାବୁ। ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଘରେ ଭିଜିଲାନ୍ସ ରେଡ କରିଛି। ରେଡ ବେଳେ ଜବତ ହୋଇଛି କୋଟି କୋଟି ଟଙ୍କା, ସୁନା, ରୁପା ଅଳଙ୍କାର ଓ ସୁନା ବିସ୍କୁଟ । ଏତେ ପରିମାଣର ଟଙ୍କା ଓ ସମ୍ପତ୍ତି ଦେଖି ଭିଜିଲାନ୍ସ ହୋଇଛି ଟେରା ।

ଭିଜିଲାନ୍ସ ଜାଲରେ ପଡିଥିବା ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ସରକାରୀ ବାସଭବନ ସହିତ ୯ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢଉ। ଭୁବନେଶ୍ବର କାନନ ବିହାରରେ ରହିଛି ଦୁଇମହଲା କୋଠା। ଭୁବନେଶ୍ବର ଘରୁ ୬ ପେଟି ଟଙ୍କା ଜବତ ହୋଇଛି। ଏହା ସହ କେତେକ ସୁନା ବିସ୍କୁଟ ବି ଜବତ ହୋଇଛି । ତାଙ୍କ ସରକାରୀ ବାସଭବନ ଓ ରାଜଧାନୀର ଘରୁ ମୋଟ ୨ କୋଟି ୨୫ ଲକ୍ଷ ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ। ପ୍ରଶାନ୍ତ ତାଙ୍କ ଘରେ ଥିବା ଟଙ୍କା ପେଟିଗୁଡିକୁ ପଡ଼ୋଶୀଙ୍କ ଘରକୁ ଫୋପାଡ଼ି ଦେଇଥିଲ।

ତାଙ୍କ ଘରୁ ବହୁ ପରିମାଣର ୫୦୦ ଟଙ୍କିଆ ବିଡ଼ା, ରୁପା, ସୁନା ଅଳଙ୍କାର ଜବତ ହୋଇଛି। ନବରଙ୍ଗପୁରରେ ଥିବା ଘର, ଅଫିସ ଚାମ୍ବରରେ ଚାଲିଛି ଚଢଉ। ଭଦ୍ରକ ବହୁଦରଡାରେ ଥିବା ପୈତୃକ ଘରେ ବି ଚାଲିଛି ଭିଜିଲାନ୍ସ ଚଢଉ।

ଏଥିରେ ୨ ଜଣ ଅତିରିକ୍ତ ଏସପି, ୭ ଜଣ ଡିଏସପି ଓ ୮ ଜଣ ଇନସ୍ପେକ୍ଟର ସାମିଲ ହୋଇଛନ୍ତି । ପୂର୍ବରୁ ମଧ୍ୟ ପ୍ରଶାନ୍ତ କୁମାର ରାଉତ ସୁନ୍ଦରଗଡ଼ ବିଶ୍ରାରେ ବିଡିଓ ଥିବାବେଳେ ସେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ ।

Leave A Reply

Your email address will not be published.