ପ୍ରଥମ ଉଡାଣ ଭରିଲା ଆକାଶ ଏୟାର ବିମାନ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆକାଶ ଫ୍ଲାଇଟ ତାର ପ୍ରଥମ ଉଡାଣ ଭରିଛି । ତେବେ ପ୍ରଥମ ଉଡାଣ ଏହା ଅହମଦାବାଦ ରୁ ଦିଲ୍ଳୀ ଅଭିମୁଖେ ଯାତ୍ରା କରିଛି । ତେବେ ଏହାର ଉଦ୍ଘାଟନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାନ୍ଦିତ୍ୟ ସିନ୍ଦ୍ୟାଙ୍କ ଦ୍ୱାରା କରାଯାଇଥିଲା । ସୂଚନା ମୁତାବକ ଜୁଲାଇ ୨୨ ତାରଖରେ ଭାରତର ନୂତନ ବିମାନ ଆକାଶ ଏୟାର ଲାଇନ ଶୁକ୍ରବାର ଦିନ ତାର ଚାରୋଟି ନେଟୱର୍କ ତଥା ଅହମଦାବାଦ,ବେଙ୍ଗଲୁରୁ,ମୁମ୍ବାଇ ଏବଂ କୋଚି ପାଇଁ ଏହାର ବୁକିଙ୍ଗ ଆରମ୍ଭ କରିଛି ।

ପ୍ରାରମ୍ଭିକ ପର୍ୟ୍ୟାୟରେ ଏହି ଏୟାର ଲାଇନ୍ସ ଅଗଷ୍ଟ ୭, ୨୦୨୨ ଠାରୁ ଆରମ୍ଭ କରି ୨୭ସାପ୍ତାହିକ ବିମାନ ସେବା ଯୋଗାଇ ଦେବ । ଏହି ବିମାନର ଏହାର କୋଡ ଛଚ ରହିଛି । ଏହାବାଦ ଅଗଷ୍ଟ ୧୩ ତାରିଖରୁ ବେଙ୍ଗାଲୁରରୁ କୋଚି ଅଭିମୁଖେ ୨୮ସାପ୍ତାହିକ ବିମାନ ସେବା ଆରମ୍ଭ ହେବ । ବର୍ତ୍ତମାନ ସେଲରେ ଟିକେଟ ବିକ୍ରି କରାଯାଉଛି । ତେବେ ବିମାନଯାତ୍ରୀଙ୍କ ପାଇଁ ଏହା କେତେ ସଫଳ ସେବା ଯୋଗାଇ ପାରୁଛି, ତାହା ଆଗାମୀ ଦିନରେ ଜଣାପଡ଼ିବ ।

Leave A Reply

Your email address will not be published.