ଗୁଣ୍ଡିଚା ମନ୍ଦିରରୁ ବାହାରିଲା ପ୍ରଥମ ଆଡ଼ପ ଅବଢ଼ା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଗୁଣ୍ଡିଚା ମନ୍ଦିରରୁ ସକାଳ ଧୂପ ପରେ ବାହାରିଲା ଅବଢ଼ା । ଜନ୍ମ ବେଦୀରୁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । କାଲି ହେରା ପଞ୍ଚମୀ ଥିବାରୁ ଆଜି ହେବ ବନକଲାଗି। କଳା, ଧଳା, ନାଲି, ହଳଦିଆ, ହରିତାଳ ପ୍ରିୟଙ୍ଗୁ, କସ୍ତୁରୀରେ ଶ୍ରୀମୁଖକୁ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ।

ଆଡ଼ପ ମଣ୍ଡପରେ ଦର୍ଶନର ବିଶେଷ ମହତ୍ତ୍ୱ ରହିଛି । ଅଧିକ ଭକ୍ତଙ୍କ ସମାଗମ ହେବା ଆଶଙ୍କା ଥିବାରୁ ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । ଦର୍ଶନ ଓ ମହାପ୍ରସାଦ ପାଇବା ନେଇ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଶୃଙ୍ଖଳିତ ରଥଯାତ୍ରା ପରେ ଗତକାଲି ଶ୍ରୀବିଗ୍ରହ ମାନଙ୍କ ଗୋଟି ପହଣ୍ଡିରେ ଆଡପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହୋଇଯାଇଥିଲା । ରଥ ଉପରେ ଦୈନଦିନ ନୀତି ଶେଷ ପରେ ଚାରମାଳ ବନ୍ଧାଯାଇ ଦଇତାପତି ଓ ଅନ୍ୟ ସେବକଙ୍କ ଦ୍ବାରା ଜନ୍ମ ବେଦିକୁ ବିଜେ ନୀତି କରାଯାଇଥିଲା ।

Leave A Reply

Your email address will not be published.