ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ ମତଦାନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆସନ୍ତାକାଲି ଲୋକସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ।  ଆଜି ୧୦୨ ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୨୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୧୦୨ଟି ଆସନ ପାଇଁ ମତଦାନ ହେଉଛି। 102 ସଂସଦୀୟ କ୍ଷେତ୍ର ମଧ୍ୟରେ 73ଟି ଜେନେରାଲ, 11ଟି ଅନୁସୂଚିତ ଜନଜାତି ଓ 18ଟି ଅନୁସୂଚିତ ଜାତି ଓ କେନ୍ଦ୍ର ଶାସିତ ଅଞ୍ଚଳ ଅନ୍ତର୍ଭୁକ୍ତ ।

ତାମିଲନାଡୁର ସମସ୍ତ ୩୯ଟି ଆସନ ପାଇଁ ଏହି ପର୍ଯ୍ୟାୟରେ ମତଦାନ ହେଉଥିବା ବେଳେ ଉତ୍ତରାଖଣ୍ଡ ୫, ଅରୁଣାଚଳ ପ୍ରଦେଶ ୨,ମେଘାଳୟ ୧, ନାଗାଲାଣ୍ଡ ୧, ପୁଡ଼ୁଚେରୀ ୧, ସିକ୍କିମ୍‌ ୧, ଲାକ୍ଷାଦ୍ବୀପ ୧, ରାଜସ୍ଥାନ ୧୨, ଉତ୍ତରପ୍ରଦେଶ ୮, ମଧ୍ୟପ୍ରଦେଶ ୬, ମହାରାଷ୍ଟ୍ର ଏବଂ ଆସାମରେ ପ୍ରତ୍ୟେକ ୫,ବିହାର ୪, ପଶ୍ଚିମବଙ୍ଗ ୩ , ମଣିପୁର ୨ ଏବଂ ତ୍ରିପୁରା, ଜମ୍ମୁ-କାଶ୍ମୀର ଓ ଛତିଶଗଡ଼ରେ ଗୋଟିଏ ଲେଖାଏଁ ଆସନରେ ମତଦାନ ହେଉଛି।

ତେବେ ଏହିସବୁ ରାଜ୍ୟମାନଙ୍କ ମଧ୍ୟରୁ ତାମିଲନାଡୁ, ମହାରାଷ୍ଟ୍ର, ରାଜସ୍ଥାନ, ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡ ଆଦି ରାଜ୍ୟର ଆସନ ଉଭୟ ଏନଡିଏ ଓ ଇଣ୍ଡିଆ ମେଣ୍ଟ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି। ଏହିସବୁ ରାଜ୍ୟରେ ଯେଭଳି ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହେବ ସେଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Leave A Reply

Your email address will not be published.