ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜେଡି ଛାଡିବେ କି ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ। ଟିକଟ ନେଇ ବିଜେଡିରୁ କୌଣସି ସ୍ପଷ୍ଟ ସିଗନାଲ ନ ମିଳିବାରୁ ପାଟ୍ଟଶାଣୀ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି । ତେବେ ପାଟ୍ଟଶାଣୀ ନିଜେ ଏ ସମ୍ପର୍କରେ କିଛି ସ୍ପଷ୍ଟ କରିନାହାନ୍ତି।
ଚଳିତ ନିର୍ବାଚନରେ ସେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ତାଙ୍କୁ ବିଜେଡି ଟିକେଟ ଦେଇନଥିଲା।ପରେ ତାଙ୍କୁ ଚିଲିକା ବିଧାନସଭା ଆସନରୁ ପ୍ରାର୍ଥୀ କରାଯିବ ବୋଲି କୁହାଯାଉଥିଲା। ଯଦିଓ ସେହି ଆସନରୁ ବିଜେଡି ପ୍ରାର୍ଥୀ ଘୋଷଣା ଏଯାଏଁ କରିନାହିଁ, ତଥାପି ତାଙ୍କୁ ଟିକେଟ ମିଳିବା ଆଶା ଖୁବ କମ ଥିବାରୁ ପାଟ୍ଟଶାଣୀ ଦଳ ଛାଡିବେ ବୋଲି କୁହାଯାଉଛି। ସେପଟେ ପାଟ୍ଟଶାଣୀ ବିଜେପି ସହ ଆଲୋଚନା କରିଥିବା ମଧ୍ୟ କୁହାଯାଉଛି। ତେବେ ଏନେଇ ପାଟଶାଣୀଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନାହି।
ଶ୍ରୀ ପାଟ୍ଟଶାଣୀଙ୍କ ଜ୍ୱାଇଁ ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ନିକଟରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ଏଥର ଉତ୍ତର ଭୁବନେଶ୍ୱରରୁ ପ୍ରିୟଦର୍ଶୀ ବିଜେପି ପ୍ରାର୍ଥୀ ହୋଇଛନ୍ତି । ତେଣୁ ଶ୍ରୀ ପାଟ୍ଟଶାଣୀ ବିଜେପିକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ଚର୍ଚ୍ଚାକୁ ନେଇ ପାଟ୍ଟଶାଣୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।