ଜିଲ୍ଲାପାଳ ଓ ଏସପି ଙ୍କ ଅନୁପସ୍ଥିତରେ ସରିଲା ଜନଶୁଣାଣି ଶିବିର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜିଲ୍ଲାପାଳ ଓ ଏସପି ଙ୍କ ଅନୁପସ୍ଥିତ ରେ ସରିଲା ଜନଶୁଣାଣି ଶିବିର | ଆଜି ଅପରାହ୍ନ ୪ଟା ପର୍ଯ୍ୟନ୍ତ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ପରିସର ରେ ଥିବା ଶିକ୍ଷକ ଭଵନ ରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୧୨୨ ଜଣ ଅଭିଯୋଗକାରୀ ସେମାନଙ୍କ ଅଭିଯୋଗ ଦାଖଲ କରିଥିଲେ।

ଅଭିଯୋଗ ଗୁଡିକ ବିଶେଷ କରି ଆବାସ ଘର, ଭତ୍ତା ଆଦି ସମ୍ବନ୍ଧୀୟ ହୋଇଥିବା ଜଣାଯାଇଛି l ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି ଏହି ଜନଶୁଣାଣି ଶିବିରରେ ଜିଲ୍ଲାପାଳ ଓ ଏସପି ଅନୁପସ୍ଥିତ ରହିଥିଲେ।ଫଳରେ ଅନେକ ଅଭିଯୋଗ ଫଇସଲା ହୋଇ ନ ପାରି ପରବର୍ତ୍ତି ଶୁଣାଣି ଦିନକୁ ରଖା ଯାଇଥିଲା।

ସେଥିପାଇଁ ଲୋକ ମାନଙ୍କ ମଧ୍ୟ ରେ ଅସନ୍ତୋଷ ଦେଖିବାକୁ ମିଳିଥିଲା lଗରିବ ଖଟିଖିଆ ଲୋକେ କାମଦାମ ଛାଡି ଅଭିଯୋଗ ଶୁଣାଣି ଶିବିରକୁ ନିଜ ଅଧିକାର ପାଇଁ ଆସୁଥିବା ବେଳେ ବଡବଡ ସରକାରୀ ବାବୁ ମାନଙ୍କ ଅନୁପସ୍ଥିତି ଯୋଗୁଁ ସେମାନଙ୍କୁ ପୁଣି ଥରେ ଶିବିରକୁ ଆସିବାକୁ ବାଧ୍ୟ ହେବାକୁ ପଡୁଛି।

Leave A Reply

Your email address will not be published.