ସଂକ୍ରମଣ ବଢିବାରୁ ଗୁପଚୁପ୍ ବିକ୍ରି ବ୍ୟାନ୍ କଲେ ଏହି ସରକାର: ଜାଣନ୍ତୁ କେଉଁଠି ?

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ନେପାଳ ସରକାର ଏପରି ଏକ ନିଷ୍ପତ୍ତି ନେଇଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ୟ୍ୟ ହୋଇଯିବେ । ନେପାଲ ରାଜଧାନୀ କାଠମାଣ୍ଡୁରେ ଗୁପ୍ଚୁପ୍ ବିକ୍ରି ବ୍ୟାନ୍ କରାଯାଇଛି । ଉପତ୍ୟକାର ଲଲିତପୁର ମହାନଗର ନିଗମରେ କୋଲେରା ରୋଗ ବୃଦ୍ଧି ପାଉଥିବାରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏପରି ନିଷ୍ପତି ନିଆଯାଇଥିବା କୁହାଯାଉଛି । ଏଠାରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କାଠମାଣ୍ଡୁର ଏଲଏମ୍ସିରେ ଗୁପଚୁପ୍ ଉପରେ କଟକଣା ଜାରି କରିଛି ।

ମ୍ୟୁନିସିପାଲ ପୋଲିସ୍ ଚିଫ୍ ସୀତାରାମ ହଚେତୁଙ୍କ ମୁତାବିକ, ଗହଳି ଅଞ୍ଚଳ ଓ କରିଡ଼ର ଏରିଆରେ ଗୁପଚୁପ୍ ବିକ୍ରି ଉପରେ ରୋକ୍ ଲଗେଇବାର ପୂରା ପ୍ରସ୍ତୁତି କରାଯାଇଛି। ତାଙ୍କର କହିବା ହେଲା କି, ଗୁପଚୁପ୍ର କାରଣରୁ ହଇଜା ମାମଲା ବଢ଼ିବାର ବିପଦ ରହିଛି। ରବିବାର କାଠମାଣ୍ଡୁରେ ହଇଜାର ୭ଟି ନୂଆ ମାମଲା ମିଳିଛି । ଏହାସହ ହିଁ ଘାଟୀରେ ମୋଟ ରୋଗୀଙ୍କ ସଂଖ୍ୟା ୧୨ ରେ ପହଞ୍ଚିଛି ।

ନେପାଳର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନ୍ତର୍ଗତ ଏପିଡେମିୟୋଲଜି ଆଣ୍ଡ ଡିଜିଜ୍ କଣ୍ଟ୍ରୋଲ ଡିଭିଜନର ଡାଇରେକ୍ଟର ଚମନଲାଲ ଦାସ କହିଛନ୍ତିକି , କାଠମାଣ୍ଡୁ ମେଟ୍ରୋପୋଲିସରେ କଲେରାର ପାଞ୍ଚଟି ମାମଲା ମିଳିଛି । ଏହା ବ୍ୟତୀତ ଏକ କେସ୍ ଚନ୍ଦ୍ରାଗିରି ମ୍ୟୁନିସିପାଲିଟିରେ ଓ ଆଉ ଏକ ବୁଧାନିକାନ୍ତା ମ୍ୟୁନିସିପାଲିଟିରେ ମିଳିଛି । ଏହି ଭିତରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଲୋକଙ୍କୁ ପରାମର୍ଶ ଦେଇଛି କି, ହଇଜାର କୌଣସି ବି ଲକ୍ଷଣ ନଜର ଆସିବା କ୍ଷଣି ନିକଟସ୍ଥତ ହସ୍ପିଟାଲରେ ସଂପର୍କ କରନ୍ତୁ ।

 

Leave A Reply

Your email address will not be published.