ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଇକନିକ୍‌ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉଦ୍‌ଘାଟିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଇକନିକ୍‌ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉଦ୍‌ଘାଟିତ। ବୁଧବାର ଭୁବନେଶ୍ୱର ଉପକଣ୍ଠରେ ଥିବା ଅନ୍ଧାରୁଆ ଠାରେ ଆଇକନିକ୍‌‌ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶୁଭ ଉଦ୍‌‌ଘାଟନ କରିଛନ୍ତି। ଏହାକୁ ରାଜ୍ୟର ଯୋଗ୍ୟ ଛାତ୍ରମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି। ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହେବ ଓଡିଶା ସରକାରଙ୍କ ଏହି ଆଇକନ୍ ଓଡିଶା ମଡେଲ୍ ସ୍କୁଲ୍।

ସୂଚନାଯୋଗ୍ୟ ଯେ,୨୦୨୧ ମସିହାରେ ଏହି ବିଦ୍ୟାଳୟ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଏବଂ ସେହିବର୍ଷ ୫ ସେପ୍ଟେମ୍ବର ଗୁରୁ ଦିବସ ଉପଲକ୍ଷେ ଏହି ପ୍ରକଳ୍ପର ମୂଳଦୁଆ ପକାଯାଇଥିଲା। ଏହି ଆଇକନିକ୍ ସ୍କୁଲ ଭୁବନେଶ୍ୱରର ଆନ୍ଧାରୁଆରେ ୨୫ ଏକର ଜମିରେ ନିର୍ମାଣ ହୋଇଛି। ୩୧୪ ଟି ବ୍ଲକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ମନୋନୀତ ଛାତ୍ରୀଛାତ୍ରମାନେ ଏଠାରେ ଅଧ୍ୟୟନ କରିବାର ସୁଯୋଗ ପାଇବେ।

ଆଇକନିକ୍‌ ଓଡିଶା ଆଦର୍ଶ ବିଦ୍ୟାଳୟର ଆବାସିକ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ରହିବା ସହିତ ଅତ୍ୟାଧୁନିକ କ୍ଲାସ ରୁମ, ICT Labs, E-Library, ଅତ୍ୟାଧୁନିକ Science Lab, ଦକ୍ଷତା ବିକାଶର ବ୍ୟବସ୍ଥା କରାଯାଇଛି। ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସିବିଏସସି ଢାଞ୍ଚାରେ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ ପାଇଁ ରାଜ୍ୟର ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ଖୋଲାଯିବା ମୁଖ୍ୟମନ୍ତ୍ରୀଙ୍କର ଏକ ମହତ୍ୱକାଂକ୍ଷୀ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୩୧୫ଟି ଆଦର୍ଶ ବିଦ୍ୟାଳୟ ସ୍ଥାପନ ହୋଇଛି ।

 

 

Leave A Reply

Your email address will not be published.