ରେପୋ ରେଟ୍ ରହିଲା ଅପରିବର୍ତ୍ତିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟରେ କୌଣସି ପରିବର୍ତ୍ତନ କରିନି । ଗୁରୁବାର ଭାରତୀୟ ରିଜର୍ଭ ବ୍ୟାଙ୍କର ମନିଟରି ପଲିସି କମିଟିର ମିଟିଂରେ ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରିଥିଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏହି ସମୟରେ ସେ ରେପୋ ରେଟ୍ ଅପରିବର୍ତ୍ତିତ ରହିଥିବା ନେଇ ସୂଚନା ଦେଇଛନ୍ତି ।

୨୦୨୩ ଫେବୃଆରୀ ୮ରେ ରେପୋ ରେଟକୁ ୬.୫କୁ ବୃଦ୍ଧି କରିଥିଲେ ରିଜର୍ଭ ବ୍ୟାଙ୍କ । ଗତ ବର୍ଷ ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୪୪ ପ୍ରତିଶତ ରହିଥିବା ବେଳେ ଚଳିତ ବର୍ଷ ଏହି ହାର ହ୍ରାସ ପାଇଛି । ଡିସେମ୍ବରରେ ଏହି ହାର ୫.୬୯ ପ୍ରତିଶତ ରହିଥିଲା ।

ଯଦିଓ ରିଜର୍ଭ ବ୍ଯାଙ୍କର କମ୍ଫୋର୍ଟ ଜୋନ ୪ରୁ ୬ ପ୍ରତିଶତ ବୋଲି ଧାର୍ଯ୍ୟ କରାଯାଇଛି, ତଥାପି ଗତବର୍ଷ ଠାରୁ ଏହି ହାର ଅଧିକ ରହିଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାର ବସିଥିବା ମନିଟାରି ପଲିସି କମିଟି ବୈଠକରେ ଏହି ଘୋଷଣା କରାଯାଇଛି।

Leave A Reply

Your email address will not be published.