ବହୁ ଚର୍ଚ୍ଚିତ ଯାଜପୁର ଗହଣା ଦୋକାନରୁ ଲୁଟ୍ ଘଟଣା: ବିହାରରୁ ବିହାରରୁ ବନ୍ଧା ହେଲା ଜଣେ ଅଭିଯୁକ୍ତ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବହୁ ଚର୍ଚ୍ଚିତ ଯାଜପୁର ଗହଣା ଦୋକାନରୁ ଲୁଟ୍ ଘଟଣା: ବିହାରରୁ ବିହାରରୁ ବନ୍ଧା ହେଲା ଜଣେ ଅଭିଯୁକ୍ତ । ଅଭିଯୁକ୍ତ ରୂପେଶ କୁମାର ବିହାରର ବୋଲି ଜଣାପଡ଼ିଛି। ଯାଜପୁର ଏସପି ବିନିତ ଅଗ୍ରଓ୍ୱାଲଙ୍କ ସୂଚନା ଅନୁଯାୟୀ, ଘଟଣାର ତଦନ୍ତ ପାଇଁ ଏକାଧିକ ଟିମ୍ ଗଠନ କରାଯାଇଥିଲା। ଏହି ଡକାୟତିରେ ଆଠ ଜଣ ସମ୍ପୃକ୍ତ ଥିବା ପୁଲିସ ସୂଚନା ପାଇଥିଲା। ଅନ୍ୟତମ ଅଭିଯୁକ୍ତ ରୂପେଶ କୁମାରକୁ ବିହାରର ବୈଶାଳୀ ଜିଲ୍ଲାରୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ଲୁଟ୍ ପରେ ଅନ୍ୟ ଲୁଟେରାମାନଙ୍କୁ ଖସିଯିବାକୁ ସାହାଯ୍ୟ କରିଥିବା ଏସପି ସୂଚନା ଦେଇଛନ୍ତି। ଲୁଟରେ ବ୍ୟବହୃତ ତିନିଟି ବାଇକ୍ ମଧ୍ୟ ପୁଲିସ ଜବତ କରିଛି। ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଏସପି କହିଛନ୍ତି।

ଗତ ମେ ୧୩ ତାରିଖରେ ବ୍ୟାସନଗର ସହରର ଏକ ଗହଣା ସୋ’ରୁମରେ ଦିନ ସମୟରେ ଡକାୟତି ହୋଇଥିଲା। ସୋ’ରୁମ୍ରୁ ଦୁର୍ବୃତ୍ତମାନେ ପ୍ରାୟ ୧୦ରୁ ୧୧ କେଜି ଓଜନର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଏହି ଲୁଟ୍ ଘଟଣାକୁ ନେଇ ଯାଜପୁରବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଜଣେ ଅଭିଯୁକ୍ତ ଗିରଫ ହେବା ପରେ ଲୋକଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ସୁନା ଅଳଙ୍କାର ଜବତ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରାଯିବ ବୋଲି ପୁଲିସ ଦେଇଛି ପ୍ରତିଶ୍ରୁତି।

Leave A Reply

Your email address will not be published.